IPL 2024 : GTରେ ସାମିଙ୍କ ବଦଳରେ ଖେଳିବେ ସନ୍ଦୀପ, MIରେ ମଧୁଶଙ୍କାର ସ୍ଥାନରେ ୧୭ ବର୍ଷୀୟ ଦ୍ରୁତ ବୋଲର...

ମୁମ୍ବାଇ ୨୧।୦୩ : ସରିଆସୁଛି ସମୟ । ଆଉ ଦିନକ ପରେ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ । ୨୨ ମାର୍ଚରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ହେଲେ ଏହାପୂର୍ବରୁ ଦୁଇଟି ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମ ପରିବର୍ତ୍ତନ ଗୁଜୁରାଟ ଟାଇଟନ୍ସରେ ହୋଇଛି । ବରିଷ୍ଠ ବୋଲର ମହମ୍ମଦ ସାମିଙ୍କ ବଦଳରେ ଜଣେ ଖେଳାଳିଙ୍କ ଚୟନ କରିଛି ପ୍ରାଞ୍ଚାଇଜ । ଏହାସହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଶ୍ରୀଲଙ୍କା ଦ୍ରୁତ ବୋଲର ଦିଲ୍‌ଶାନ୍‌ ମଧୁଶଙ୍କା ବଦଳରେ ନୂଆ ଖେଳାଳିଙ୍କୁ ଚୟନ କରିଛି । ନିକଟରେ ମଧୁଶଙ୍କା ବାଂଲାଦେଶ ଗସ୍ତରେ  ଆହତ ହୋଇଥିଲା । ଏହାପରେ ତାଙ୍କୁ ଆଇପିଏଲ୍‌ରୁ ବାଦ୍‌ ପଡିବାକୁ ପଡିଥିଲା । ପ୍ରଥମ ଜାଣିବା ଆସନ୍ତୁ ଗୁଜୁରାଟ ଟାଇଟନ୍ସରେ କଣ ହୋଇଛି ପରିବର୍ତ୍ତନ । ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଦଳରେ ସନ୍ଦୀପ ଓ୍ୱାରିୟରଙ୍କୁ ସାମିଲ କରାଯାଇଛି । ଯିଏକି ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳିସାରିଛନ୍ତି । ୨୦୧୯ରେ ସନ୍ଦୀପ ଆଇପିଏଲ୍‌ର ପାଦ ଥାପିଥିଲେ । କିନ୍ତୁ ଏବେ ଯାଏଁ ମାତ୍ର ୫ଟି ହିଁ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୨ଟି ଓ୍ୱିକେଟ୍‌ ନେଇଛନ୍ତି । ଆହତ କାରଣରୁ ସାମିଙ୍କ ସର୍ଜରୀ ହୋଇଛି । ତେଣୁ ସେ ଚଳିତ ଆଇପିଏଲ୍‌ ବାଦ୍‌ ପଡିଛନ୍ତି । ଏପିରିକି ଆଗାମୀ ଟି-୨୦ ବିଶ୍ୱକପ୍‌ ମଧ୍ୟ ଖେଳିପାରିବେନି ସାମି । ତେଣୁ ଗୁଜୁରାଟ ଟାଇଟନ୍ସ ସାମୀଙ୍କ ବଦଳରେ ସନ୍ଦୀପଙ୍କୁ ମା

IPL 2024 : GTରେ ସାମିଙ୍କ ବଦଳରେ ଖେଳିବେ ସନ୍ଦୀପ, MIରେ ମଧୁଶଙ୍କାର ସ୍ଥାନରେ ୧୭ ବର୍ଷୀୟ ଦ୍ରୁତ ବୋଲର...

ମୁମ୍ବାଇ ୨୧।୦୩ : ସରିଆସୁଛି ସମୟ । ଆଉ ଦିନକ ପରେ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ । ୨୨ ମାର୍ଚରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ହେଲେ ଏହାପୂର୍ବରୁ ଦୁଇଟି ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମ ପରିବର୍ତ୍ତନ ଗୁଜୁରାଟ ଟାଇଟନ୍ସରେ ହୋଇଛି । ବରିଷ୍ଠ ବୋଲର ମହମ୍ମଦ ସାମିଙ୍କ ବଦଳରେ ଜଣେ ଖେଳାଳିଙ୍କ ଚୟନ କରିଛି ପ୍ରାଞ୍ଚାଇଜ । ଏହାସହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଶ୍ରୀଲଙ୍କା ଦ୍ରୁତ ବୋଲର ଦିଲ୍‌ଶାନ୍‌ ମଧୁଶଙ୍କା ବଦଳରେ ନୂଆ ଖେଳାଳିଙ୍କୁ ଚୟନ କରିଛି । ନିକଟରେ ମଧୁଶଙ୍କା ବାଂଲାଦେଶ ଗସ୍ତରେ  ଆହତ ହୋଇଥିଲା । ଏହାପରେ ତାଙ୍କୁ ଆଇପିଏଲ୍‌ରୁ ବାଦ୍‌ ପଡିବାକୁ ପଡିଥିଲା । 

ପ୍ରଥମ ଜାଣିବା ଆସନ୍ତୁ ଗୁଜୁରାଟ ଟାଇଟନ୍ସରେ କଣ ହୋଇଛି ପରିବର୍ତ୍ତନ । ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଦଳରେ ସନ୍ଦୀପ ଓ୍ୱାରିୟରଙ୍କୁ ସାମିଲ କରାଯାଇଛି । ଯିଏକି ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳିସାରିଛନ୍ତି । ୨୦୧୯ରେ ସନ୍ଦୀପ ଆଇପିଏଲ୍‌ର ପାଦ ଥାପିଥିଲେ । କିନ୍ତୁ ଏବେ ଯାଏଁ ମାତ୍ର ୫ଟି ହିଁ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୨ଟି ଓ୍ୱିକେଟ୍‌ ନେଇଛନ୍ତି । 

ଆହତ କାରଣରୁ ସାମିଙ୍କ ସର୍ଜରୀ ହୋଇଛି । ତେଣୁ ସେ ଚଳିତ ଆଇପିଏଲ୍‌ ବାଦ୍‌ ପଡିଛନ୍ତି । ଏପିରିକି ଆଗାମୀ ଟି-୨୦ ବିଶ୍ୱକପ୍‌ ମଧ୍ୟ ଖେଳିପାରିବେନି ସାମି । ତେଣୁ ଗୁଜୁରାଟ ଟାଇଟନ୍ସ ସାମୀଙ୍କ ବଦଳରେ ସନ୍ଦୀପଙ୍କୁ ମାତ୍ର ୫୦ ଲକ୍ଷ ଟଙ୍କା ବେସ୍‌ ପ୍ରାଇସ୍‌ରେ କିଣିଛି । କୋଲକାତା ନାଇଟ୍‌ ରାଇଟର୍ସ ୨୦୨୨ର ମେଗା ନିଲାମରେ ସନ୍ଦୀପଙ୍କୁ ରିଲିଜ୍‌ କରିଥିଲା । ଏହାପରେ ତାଙ୍କୁ ଆଉ କୌଣସି ଟିମ୍‌ କିଣି ନଥିଲେ । 

ସେହିପରି ମୁମ୍ବାଇର ଦିଲ୍‌ଶାନ ମଧୁଶଙ୍କାଙ୍କ ବଦଳରେ ଦକ୍ଷିଣ ଆଫ୍ରିକାର କ୍ୱେନ ମୁଫାକାଙ୍କୁ ସାମିଲ କରିଛି । ୧୭ ବର୍ଷ ମଫାକା ନିକଟରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଯାହାପରେ ସେ ଆଇପିଏଲ୍‌ ନିଲାମରେ ସାମିଲ ହୋଇଥିଲା । କିନ୍ତୁ ତାଙ୍କୁ କୌଣସି ଟିମ୍‌ କିଣିନଥିଲେ । କିନ୍ତୁ ଏବେ ମୁମ୍ବାଇ ମୁଫାକାଙ୍କୁ ନିଜ ଦଳରେ ସାମିଲ କରିଛି । ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ କିଣିଛି ପ୍ରାଞ୍ଚାଇଜ୍‌ ।