ଗର୍ବିମାନଙ୍କୁ ପ୍ରଭୁ ରାମ ୨୪୧ରେ ଅଟକାଇ ଦେଲେ: ବିଜେପିକୁ ଆରଏସ୍‌ଏସ୍ ନେତାଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୧ରେ ସୀମିତ ରହିବା ପରେ ଚାରିଆଡ଼ୁ ସମାଲାଚୋନାର ସାମ୍ନା କରିବାକୁ ପଡ଼ୁଛି। ଏମିତିକି ଆର୍‌ଏସ୍ଏସ୍‌ ନେତା ମଧ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଗର୍ବ ପାଇଁ ଦଳର ଏଭଳି ସ୍ଥିତି ହେଲା ବୋଲି ଆରଏସଏସ ନେତା ଇନ୍ଦ୍ରେଶ କୁମାର କହିଛନ୍ତି। ଗୁରୁବାର ଜୟପୁର ନିକଟସ୍ଥ କୋନୋଟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଇନ୍ଦ୍ରେଶ କୁମାର କହିଛନ୍ତି ଯେ ଯେଉଁମାନେ ରାମଙ୍କ ଭକ୍ତି କରୁଥିଲେ ସେମାନେ ଧୀରେ ଧୀରେ ଗର୍ବି ହେବାକୁ ଲାଗିଲେ। ଯେଉଁ ଦଳ ଦିନେ ସବୁଠାରୁ ବଡ଼ ଦଳ ବୋଲି ଘୋଷଣା ହୋଇଥିଲା କେବଳ ଗର୍ବ ପାଇଁ ସେହି ଦଳକୁ ଭଗବାନ ରାମ ୨୪୧ରେ ସୀମିତ ରଖିଦେଲେ। ଇନ୍ଦ୍ରେଶ କୁମାରଙ୍କ ଏଭଳି ବୟାନ ସିଧା ବିଜେପିକୁ ଟାର୍ଗେଟ୍ ବୋଲି କୁହାଯାଉଛି। ୨୦୨୪ ଲୋକସଭାରେ ବିଜେପି ମାତ୍ର ୪୦୦ ପାର୍ ନାରା ଦେଇ ମାତ୍ର ୨୪୦ଟି ଆସନରେ ସୀମିତି ରହିଥିଲା। ୨୦୧୯ ପରି ବହୁମତ ହାସଲ କରିବାରେ ବିଫଳ ରହିଥିଲା। ଏମିତିକି ୨୦୧୪ ଠାରୁ ବି ଖରାପ ପ୍ରଦର୍ଶନ କରିଥିଲା ଦଳ। ବିଜେପି ସହିତ ଇନ୍ଦ୍ରେଶ କୁମାର ବିରୋଧୀ ଇଣ୍ଡିଆ ମେଣ୍ଟକୁ ବି ଟାର୍ଗେଟ୍ କରିଥିଲେ। ଇଣ୍ଡିଆ ବ୍ଲକ୍ ରାମ ବିରୋଧୀ ବୋଲି ଇନ୍ଦ୍ରେଶ କୁମାର କହିଥିଲେ।ବିରୋଧୀ ମେଣ୍ଟର ନାଁ ନନେଇ ଇନ୍ଦ୍ରେଶ କୁମାର କହିଥିଲେ “ ଏବଂ ଯେଉଁମାନଙ୍କର ରାମଙ୍କ ଉପରେ ଭରସା ନଥିଲା ସେମାନଙ୍କୁ ୨୩୪ରେ ଅଟକିଗଲେ। ଭଗବାନଙ୍କ ନ୍ୟାୟ ସତ୍ୟ ଓ ଆନନ୍ଦଦାୟ

ଗର୍ବିମାନଙ୍କୁ ପ୍ରଭୁ ରାମ ୨୪୧ରେ ଅଟକାଇ ଦେଲେ: ବିଜେପିକୁ ଆରଏସ୍‌ଏସ୍ ନେତାଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୧ରେ ସୀମିତ ରହିବା ପରେ ଚାରିଆଡ଼ୁ ସମାଲାଚୋନାର ସାମ୍ନା କରିବାକୁ ପଡ଼ୁଛି। ଏମିତିକି ଆର୍‌ଏସ୍ଏସ୍‌ ନେତା ମଧ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଗର୍ବ ପାଇଁ ଦଳର ଏଭଳି ସ୍ଥିତି ହେଲା ବୋଲି ଆରଏସଏସ ନେତା ଇନ୍ଦ୍ରେଶ କୁମାର କହିଛନ୍ତି। 

ଗୁରୁବାର ଜୟପୁର ନିକଟସ୍ଥ କୋନୋଟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଇନ୍ଦ୍ରେଶ କୁମାର କହିଛନ୍ତି ଯେ ଯେଉଁମାନେ ରାମଙ୍କ ଭକ୍ତି କରୁଥିଲେ ସେମାନେ ଧୀରେ ଧୀରେ ଗର୍ବି ହେବାକୁ ଲାଗିଲେ। ଯେଉଁ ଦଳ ଦିନେ ସବୁଠାରୁ ବଡ଼ ଦଳ ବୋଲି ଘୋଷଣା ହୋଇଥିଲା କେବଳ ଗର୍ବ ପାଇଁ ସେହି ଦଳକୁ ଭଗବାନ ରାମ ୨୪୧ରେ ସୀମିତ ରଖିଦେଲେ। 

ଇନ୍ଦ୍ରେଶ କୁମାରଙ୍କ ଏଭଳି ବୟାନ ସିଧା ବିଜେପିକୁ ଟାର୍ଗେଟ୍ ବୋଲି କୁହାଯାଉଛି। ୨୦୨୪ ଲୋକସଭାରେ ବିଜେପି ମାତ୍ର ୪୦୦ ପାର୍ ନାରା ଦେଇ ମାତ୍ର ୨୪୦ଟି ଆସନରେ ସୀମିତି ରହିଥିଲା। ୨୦୧୯ ପରି ବହୁମତ ହାସଲ କରିବାରେ ବିଫଳ ରହିଥିଲା। ଏମିତିକି ୨୦୧୪ ଠାରୁ ବି ଖରାପ ପ୍ରଦର୍ଶନ କରିଥିଲା ଦଳ। ବିଜେପି ସହିତ ଇନ୍ଦ୍ରେଶ କୁମାର ବିରୋଧୀ ଇଣ୍ଡିଆ ମେଣ୍ଟକୁ ବି ଟାର୍ଗେଟ୍ କରିଥିଲେ। ଇଣ୍ଡିଆ ବ୍ଲକ୍ ରାମ ବିରୋଧୀ ବୋଲି ଇନ୍ଦ୍ରେଶ କୁମାର କହିଥିଲେ।

ବିରୋଧୀ ମେଣ୍ଟର ନାଁ ନନେଇ ଇନ୍ଦ୍ରେଶ କୁମାର କହିଥିଲେ “ ଏବଂ ଯେଉଁମାନଙ୍କର ରାମଙ୍କ ଉପରେ ଭରସା ନଥିଲା ସେମାନଙ୍କୁ ୨୩୪ରେ ଅଟକିଗଲେ। ଭଗବାନଙ୍କ ନ୍ୟାୟ ସତ୍ୟ ଓ ଆନନ୍ଦଦାୟକ।” ସୂଚନା ଥାଉକି ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ମାତ୍ର ୨୩୪ଟି ଆସନ ମିଳିଛି। ସେଥିମଧ୍ୟରୁ କଂଗ୍ରେସକୁ ୯୯ଟି ଆସନ ମିଳିଛି। 

ଏହା ପୂର୍ବରୁ ଆର୍‌ଏସଏସ ମୁଖ୍ୟ ମୋହନ ଭାଗବତ ମଣିପୁର ହିଂସାକୁ ନେଇ ସରକାରଙ୍କୁ ଦାୟିତ୍ୱର ପାଠ ପଢ଼ାଇଥିଲେ। ଏଥିସହିତ ସାର୍ବଜନିକ ସେବାରେ ବିନମ୍ର ରହିବା ଆବଶ୍ୟକ ବୋଲି କହିଥିଲେ। ଭଗବତ କହିଥିଲେ “ ଜଣେ ପ୍ରକୃତ ସେବକ ଗରିମା ବଜାଇ ରଖେ। କାମ କଲା ବେଳେ ସେ ନିୟମର ପାଳନ କରେ। ତାଙ୍କ ପାଖରେ ଏହି ଘମଣ୍ଡ ରହିବା କଥା ନୁହେଁ, ଯେ ମୁଁ ଏହି କାର୍ଯ୍ୟ କରିଛି। ସେହିଭଳି ଲୋକଙ୍କୁ ହିଁ ପ୍ରକୃତ ସେବକ କୁହାଯିବ।” କେବଳ ସେତିକି ନୁହେଁ, ଅହିଂସା ଓ ସତ୍ୟ ମାର୍ଗରେ ଚାଲି ସମସ୍ତଙ୍କ ପ୍ରତି ଭଦ୍ରତା ଓ ସଦଇଚ୍ଛା ରହିବା ଉଚିତ ବୋଲି ମୋହନ ଭାଗବତ କହିଥିଲେ।