ପେଟରେ ଯନ୍ତ୍ରଣା ହେଲା, ସର୍ଜରୀ ପରେ ବାହାରିଲା ୧୨ ଇଞ୍ଚର ଇଲ୍ ମାଛ
ନୂଆଦିଲ୍ଲୀ ୨୪।୦୩: ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ ହେଲା । ଏତେ କଷ୍ଠ ହେଲା କି ବ୍ୟକ୍ତି ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ ଡାକ୍ତରମାନେ ଯେତେବେଳେ ପେଟର ଅଲଟ୍ରାସାଉଣ୍ଡ କରିଥିଲେ, କିନ୍ତୁ ପେଟ ଭିତରେ ଯାହା ଦେଖିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପେଟ ଭିତରେ ଥିଲା ଏକ ଜିବନ୍ତ ଇଲ୍ ମାଛ । ଘଟଣାଟି ହେଉଛି ଭିଏତନାମର ଉତ୍ତର କ୍ୱାଙ୍ଗ୍ ନିନହ ପ୍ରଦେଶର । ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କର ମାର୍ଚ୍ଚ ୨୦ ତାରିଖରେ ପେଟରେ ଯନ୍ତ୍ରଣା କରିଥିଲେ । ମେଡିକାଲ୍କୁ ଯିବା ପରେ ଡାକ୍ତରମାନେ ପେଟର ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ କରାଇଥିଲେ । ଏହାପରେ ଡାକ୍ତରମାନେ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଏଥିରେ ଡାକ୍ତରମାନେ ବ୍ୟକ୍ତିଙ୍କ ପେଟରୁ ୩୦ ସେମି ଲମ୍ବାର ଏକ ଜିବନ୍ତ ଇଲ୍ ମାଛ ବାହାର କରିଛନ୍ତି । ଡାକ୍ତରମାନଙ୍କ କହିବା ଅନୁସାରେ ମାଛଟି ଅନେକ ଦିନ ଧରି ପେଟରେ ରହିବା ପରେ ମଧ୍ୟ ମରି ନଥିଲା । ତେବେ ଏତେ ଦିନ ଧରି ମାଛଟି ପେଟ ଭିତରେ ରହିଥିବାରୁ ରୋଗୀ ଜଣଙ୍କ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ରିପୋର୍ଟ ଅନୁସାରେ ଜୀଅନ୍ତା ମାଛଟି ରୋଗୀର ପେଟରେ କଣା କରିଥିଲା, ଯେଉଁଥି ପାଇଁ ରୋଗୀଙ୍କ ପେଟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଡାକ୍ତର କହିଛନ୍ତି କି ଯଦି ମାଛଟି ଆଉ ଗୋଟିଏ କିମ୍ବା ଦୁଇ ଦିନ ପେଟରେ ରହିଥାନ୍ତା ତେବେ ରୋଗୀଙ୍କ ଜୀବନ ଯାଇଥାନ୍ତା । ତେବେ ଏତେ ବଡ ମାଛଟି ରୋଗୀର ପେଟ ଭି
ନୂଆଦିଲ୍ଲୀ ୨୪।୦୩: ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ ହେଲା । ଏତେ କଷ୍ଠ ହେଲା କି ବ୍ୟକ୍ତି ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ ଡାକ୍ତରମାନେ ଯେତେବେଳେ ପେଟର ଅଲଟ୍ରାସାଉଣ୍ଡ କରିଥିଲେ, କିନ୍ତୁ ପେଟ ଭିତରେ ଯାହା ଦେଖିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପେଟ ଭିତରେ ଥିଲା ଏକ ଜିବନ୍ତ ଇଲ୍ ମାଛ । ଘଟଣାଟି ହେଉଛି ଭିଏତନାମର ଉତ୍ତର କ୍ୱାଙ୍ଗ୍ ନିନହ ପ୍ରଦେଶର ।

ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କର ମାର୍ଚ୍ଚ ୨୦ ତାରିଖରେ ପେଟରେ ଯନ୍ତ୍ରଣା କରିଥିଲେ । ମେଡିକାଲ୍କୁ ଯିବା ପରେ ଡାକ୍ତରମାନେ ପେଟର ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ କରାଇଥିଲେ । ଏହାପରେ ଡାକ୍ତରମାନେ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଏଥିରେ ଡାକ୍ତରମାନେ ବ୍ୟକ୍ତିଙ୍କ ପେଟରୁ ୩୦ ସେମି ଲମ୍ବାର ଏକ ଜିବନ୍ତ ଇଲ୍ ମାଛ ବାହାର କରିଛନ୍ତି । ଡାକ୍ତରମାନଙ୍କ କହିବା ଅନୁସାରେ ମାଛଟି ଅନେକ ଦିନ ଧରି ପେଟରେ ରହିବା ପରେ ମଧ୍ୟ ମରି ନଥିଲା ।

ତେବେ ଏତେ ଦିନ ଧରି ମାଛଟି ପେଟ ଭିତରେ ରହିଥିବାରୁ ରୋଗୀ ଜଣଙ୍କ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ରିପୋର୍ଟ ଅନୁସାରେ ଜୀଅନ୍ତା ମାଛଟି ରୋଗୀର ପେଟରେ କଣା କରିଥିଲା, ଯେଉଁଥି ପାଇଁ ରୋଗୀଙ୍କ ପେଟରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଡାକ୍ତର କହିଛନ୍ତି କି ଯଦି ମାଛଟି ଆଉ ଗୋଟିଏ କିମ୍ବା ଦୁଇ ଦିନ ପେଟରେ ରହିଥାନ୍ତା ତେବେ ରୋଗୀଙ୍କ ଜୀବନ ଯାଇଥାନ୍ତା ।

ତେବେ ଏତେ ବଡ ମାଛଟି ରୋଗୀର ପେଟ ଭିତରେ କିପରି ପହଞ୍ଚିଲା ସେ ନେଇ ବ୍ୟକ୍ତି ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ତେଣୁ ବ୍ୟକ୍ତିଙ୍କ ମଳାଶୟ ଦେଇ ମାଛଟି ପେଟ ମଧ୍ୟକୁ ପଶିଯାଇଥିବା ଆଶଙ୍କା କରାଯାଉଛି । ଏ ନେଇ ଡାକ୍ତର ଫାମ ମାନହ ହୁଙ୍ଗ କହିଛନ୍ତି, ଏହା ଏକ ବିରଳ ଘଟଣା । ଅସ୍ତ୍ରୋପଚାର ବି ଖୁବ୍ ଜଟିଳ ଥିଲା । ରୋଗୀଙ୍କ ଜୀବନରକ୍ଷା ହୋଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ।