ସନ୍ନ୍ୟାସକୁ ନେଇ ରୋହିତଙ୍କ ବଡ଼ ଖୁଲାସା, ୩ ବର୍ଷ ପରେ…
ନୂଆଦିଲ୍ଲୀ, ୧୨।୪: ଗତ କିଛି ମାସ ଧରି ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରୋହିତ ଶର୍ମା। ପ୍ରତିଟି ଫର୍ମାଟରେ ରୋହିତ ଲଗାତର ଭାବେ ରନ୍ ବର୍ଷା କରୁଛନ୍ତି। ଏବେ ସେ ଆଇପିଏଲ୍ର ୧୭ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ତେବେ ବୟସ ଏବଂ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ରୋହିତଙ୍କ ଏଭଳି ପ୍ରଦର୍ଶନ ସମାଲୋଚକଙ୍କ ମୁହଁ ବନ୍ଦ କରୁଛି। ସେ ନିଜେ ମଧ୍ୟ ଏନେଇ କ’ଣ ଚିନ୍ତା […] The post ସନ୍ନ୍ୟାସକୁ ନେଇ ରୋହିତଙ୍କ ବଡ଼ ଖୁଲାସା, ୩ ବର୍ଷ ପରେ… appeared first on Dharitri Odia News.
ନୂଆଦିଲ୍ଲୀ, ୧୨।୪: ଗତ କିଛି ମାସ ଧରି ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରୋହିତ ଶର୍ମା। ପ୍ରତିଟି ଫର୍ମାଟରେ ରୋହିତ ଲଗାତର ଭାବେ ରନ୍ ବର୍ଷା କରୁଛନ୍ତି। ଏବେ ସେ ଆଇପିଏଲ୍ର ୧୭ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ତେବେ ବୟସ ଏବଂ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ରୋହିତଙ୍କ ଏଭଳି ପ୍ରଦର୍ଶନ ସମାଲୋଚକଙ୍କ ମୁହଁ ବନ୍ଦ କରୁଛି। ସେ ନିଜେ ମଧ୍ୟ ଏନେଇ କ’ଣ ଚିନ୍ତା କରନ୍ତି କହିଛନ୍ତି। ଗୋଟିଏ ସ୍ବପ୍ନ ଏଯାଏ ପୂରଣ ହୋଇ ନ ଥିବାରୁ ଆଗାମୀ କିଛି ବର୍ଷ ସେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି।
ଏପ୍ରିଲ ୩୦ରେ ୩୭ ବର୍ଷର ହେବେ ରୋହିତ। ଗତ ବର୍ଷ ସେ ଭାରତୀୟ ଟିମ୍କୁ ବିଶ୍ୱକପ୍ ଜିତାଇବା ଯାଏ ନେଇଥିଲେ। ଏବେ ବି ସେ ଆଶା ଛାଡ଼ି ନାହାନ୍ତି। ଦେଶ ପାଇଁ ସେ ଦିନିକିଆ ବିଶ୍ୱକପ୍ ଜିତିବାକୁ ଚାହୁଁଛନ୍ତି।
ଏକ ସାକ୍ଷାତକାରରେ ନିଜର ସ୍ବପ୍ନ ଏବଂ କ୍ରିକେଟରେ ଭବିଷ୍ୟତ ବିଷୟରେ ରୋହିତ କହିଛନ୍ତି, ଏବେ ମୁଁ ସନ୍ନ୍ୟାସ ବିଷୟରେ ଚିନ୍ତା କରିନାହିଁ। ବର୍ତ୍ତମାନ ସମୟରେ ଭଲ ଖେଳୁଛି। ଏଥିଲାଗି କିଛି ବର୍ଷ ଆଉ ଖେଳିବାକୁ ଚାହୁଁଛି। ୨୦୨୭ ବିଶ୍ୱକପ୍ ଜିତିବା ମୋର ବଡ଼ ସ୍ବପ୍ନ।
୨୦୧୧ରେ ଭାରତ ଦିନକିଆ ବିଶ୍ୱକପ୍ ଜିତିଥିଲେ। ହେଲେ ରୋହିତ ଶର୍ମା ଦଳରେ ସାମିଲ ନ ଥିଲେ। ଏହାପରେ ୨୦୧୫ ଏବଂ ୨୦୧୯ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଟୁର୍ନାମେଣ୍ଟ ଜିତିପାରି ନ ଥିଲେ। ୨୦୨୩ରେ ଫାଇନାଲରେ ପ୍ରବେଶ କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲେ। ଏବେ ଆଗାମୀ ବିଶ୍ୱକପ୍ ୨୦୨୭ରେ ସେ ୪୦ ବର୍ଷର ହୋଇଥିବେ। ଏଣୁ ସେ ଦଳ ସହ ଟୁର୍ନାମେଣ୍ଟ ଖେଳି ପାରିବେ କି ନା ତାହା ସମୟ କହିବ।
The post ସନ୍ନ୍ୟାସକୁ ନେଇ ରୋହିତଙ୍କ ବଡ଼ ଖୁଲାସା, ୩ ବର୍ଷ ପରେ… appeared first on Dharitri Odia News.