ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ନୟାଗଡ଼,୧୨ା୭:  ଦୁଇ ସାଙ୍ଗଙ୍କ ଉପରେ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲା ଦଶପଲ୍ଲା ଥାନା ଡମାହାଣ୍ଡି ଛକ ନିକଟରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ପ୍ରଧାନ। ଗୁରୁତର ରଞ୍ଜିତ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର୍‌ରୁ ପ୍ରଫୁଲ ଓ ରଞ୍ଜିତ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗାଁରୁ ଏକ ବିବାହ ଭୋଜି ଖାଇ ବାଇକ୍‌ ଯୋଗେ […] The post ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି appeared first on Dharitri Odia News.

ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ନୟାଗଡ଼,୧୨ା୭:  ଦୁଇ ସାଙ୍ଗଙ୍କ ଉପରେ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲା ଦଶପଲ୍ଲା ଥାନା ଡମାହାଣ୍ଡି ଛକ ନିକଟରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ପ୍ରଧାନ। ଗୁରୁତର ରଞ୍ଜିତ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋର୍‌ରୁ ପ୍ରଫୁଲ ଓ ରଞ୍ଜିତ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗାଁରୁ ଏକ ବିବାହ ଭୋଜି ଖାଇ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଡମାହାଣ୍ଡି ଛକ ନିକଟରେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଫୁଲଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

The post ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି appeared first on Dharitri Odia News.