ସରକାରୀ ରାସ୍ତା ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ
କେସିଙ୍ଗା,୩୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ପଞ୍ଚାୟତ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମ ନିକଟରେ ଥିବା ବିଶ୍ୱନାଥ ରାଇସ ମିଲ୍କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ରାସ୍ତା ନିର୍ମାଣ କରି ଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାଯାଇଛି। କାଣ୍ଡେଲ-ଡୁମେରମୁଣ୍ଡାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାଠାରୁ ବିଶ୍ୱନାଥ ରାଇସ୍ ମିଲ୍କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ଉକ୍ତ ରାଇସ୍ ମିଲ ମାଲିକ ବେନିୟମ ଭାବେ ରାସ୍ତା ନିର୍ମାଣ […] The post ସରକାରୀ ରାସ୍ତା ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ appeared first on Dharitri Odia News.
କେସିଙ୍ଗା,୩୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ପଞ୍ଚାୟତ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମ ନିକଟରେ ଥିବା ବିଶ୍ୱନାଥ ରାଇସ ମିଲ୍କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ରାସ୍ତା ନିର୍ମାଣ କରି ଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାଯାଇଛି। କାଣ୍ଡେଲ-ଡୁମେରମୁଣ୍ଡାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାଠାରୁ ବିଶ୍ୱନାଥ ରାଇସ୍ ମିଲ୍କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ଉକ୍ତ ରାଇସ୍ ମିଲ ମାଲିକ ବେନିୟମ ଭାବେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ସହ ରାଇସ ମିଲ୍କୁ ରାଜସ୍ବ ବିଭାଗର ବିନା ଆଦେଶରେ ରାସ୍ତା ନିର୍ମାଣ କରାଯାଇଛି।
ଶିରୋଲ ମୌଜା ଖାତା ନମ୍ବର ୨୮୫ ଅନୁସାରେ ଗୋଚର ଜମି ଉପରେ ଥିବା ପ୍ଲଟ୍ ନମ୍ବର ୩୧,୩୨ ଓ ମୁଣ୍ଡା ରାସ୍ତା ପ୍ଲଟ୍ ନମ୍ବର ୭୨,୭୩,୭୫ରେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ଦ୍ୱାରା ଧୂଳି ଧୂସରରେ ଲୋକେ ଅତିଷ୍ଠ ହୋଇ ଯାଉଛନ୍ତି। ଲୋକେ କାଣ୍ଡେଲଠାରୁ କେସିଙ୍ଗା ଯିବା ଆସିବା ବେଳେ କୁଣ୍ଡା ଓ ଧୂଳି ଉଡ଼ି ଆଖିରେ ପଶି ଯାଉଥିବାରୁ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ତେଣୁ ରାଜ୍ୟ ପ୍ରଦୂଷଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲାପାଳ ସରକାରୀ ରାସ୍ତାକୁ ଉଚ୍ଛେଦ କରି ମୁଖ୍ୟ ରାସ୍ତା ପାଶର୍ବରେ ଏକ ବାଡ଼ ନିର୍ମାଣ କରି ରାସ୍ତା ବନ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଏ ସଂକ୍ରାନ୍ତରେ ଶିରୋଲ ରାଜସ୍ବ ନିରୀକ୍ଷକ ଲୋହିତ ବଗର୍ତ୍ତିଙ୍କୁ ପଚାରିବାରୁ ମୁଁ ନୂଆ କରି ଶିରୋଲ ରାଜସ୍ବ କାର୍ଯ୍ୟାଳୟରେ ଯୋଗଦାନ କରିଛି। ମୋ’ ନିକଟକୁ ତଦନ୍ତ ପାଇଁ କିଛି ଅଭିଯୋଗ ଆସି ନାହିଁ, ଆସିଲେ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ଦେବି ବୋଲି ପ୍ରକାଶ କରିଥିଲେ।
The post ସରକାରୀ ରାସ୍ତା ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ appeared first on Dharitri Odia News.