ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଉତ୍ତେଜନା

ଗଞ୍ଜାମ: ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ପ୍ରତିବାଦରେ ପ୍ରବଳ ଉତ୍ତେଜନା । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ  ଆଜି ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପିଲାମାନେ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍ଲୋଗାନ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣା ଚାଲିଥିଲା । କିନ୍ତୁ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିଲେ। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ […]

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଉତ୍ତେଜନା

ଗଞ୍ଜାମ: ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ପ୍ରତିବାଦରେ ପ୍ରବଳ ଉତ୍ତେଜନା । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ  ଆଜି ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପିଲାମାନେ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍ଲୋଗାନ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣା ଚାଲିଥିଲା । କିନ୍ତୁ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିଲେ। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଥିବା ବେଳେ ତିନି ଜଣ ଶିକ୍ଷକ ନିଯୁକ୍ତି ଥିଲେ। ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଦାବି ପରେ ଗତ କିଛି ମାସ ତଳେ ଜଣେ ନୂତନ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରିଥିଲେ ବ୍ଲକ ଶିକ୍ଷା ବିଭାଗ । ଗଣିତ ଏବଂ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଶିକ୍ଷକଙ୍କୁ ବଦଳି କରିଲେ, ପିଲାମାନେ କିଭଳି ଶିକ୍ଷା ଲାଭ କରିବେ ବୋଲି ପରିଚାଳନା କମିଟି ସଭାପତି ଶବର କୁମାର ତରାଇ ପ୍ରଶ୍ନ କରିଛନ୍ତି ।  ଯଦି ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କରାନଯାଏ , ତେବେ ଆଗାମୀ ଦିନରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ମିଳିଛି।