ରାଶିଫଳ: ରବିବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ମାନସିକ ଶିଥିଳତା ଯୋଗୁ ଆନନ୍ଦ ଉପଭୋଗ କରିପାରିବେ ନାହିଁ। ଅଟକି ରହିଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବିଷାଦିତ ସମୟରେ ଆମତ୍ୀୟଙ୍କୁ ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ଆନୁଷ୍ଠାନିକ କାମ କିମ୍ବା କୌଣସି କର୍ମାରମ୍ଭ କରିବାରେ ବ୍ୟସ୍ତ ରହିବାକୁ ପଡ଼ିପାରେ। ବୃଷ ସ୍ଥଗିତ ରହିଥିବା କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ […] The post ରାଶିଫଳ: ରବିବାର, ମାର୍ଚ୍ଚ ୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ମାର୍ଚ୍ଚ ୩  ତାରିଖ – Daily Horoscope
ମେଷ
ମାନସିକ ଶିଥିଳତା ଯୋଗୁ ଆନନ୍ଦ ଉପଭୋଗ କରିପାରିବେ ନାହିଁ। ଅଟକି ରହିଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବିଷାଦିତ ସମୟରେ ଆମତ୍ୀୟଙ୍କୁ ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ଆନୁଷ୍ଠାନିକ କାମ କିମ୍ବା କୌଣସି କର୍ମାରମ୍ଭ କରିବାରେ ବ୍ୟସ୍ତ ରହିବାକୁ ପଡ଼ିପାରେ।
ବୃଷ
ବୃଷ
ସ୍ଥଗିତ ରହିଥିବା କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଅବଶ୍ୟ କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଶାରୀରିକ ଅସୁସ୍ଥତା ସହ ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣା ମାନସିକ ଅଶାନ୍ତିର କାରଣ ହେବ। ଦିନ ଭିତରେ ଯେତିକି ଅର୍ଥ ପାଇବେ, ପ୍ରତିଦାନରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। କାହାରି କଥାରେ ପଡ଼ି କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା କର୍ମକ୍ଷେତ୍ରର ସମସ୍ୟା ସମାଧାନ ଆଶାକୁ ଉଜ୍ଜ୍ୱଳ କରିବ। ବନ୍ଧୁ ସ୍ବାର୍ଥସାଧନ ଲାଗି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଘରୋଇ କଥାରେ ମତପାର୍ଥକ୍ୟ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଏବଂ ବ୍ୟବସାୟ, ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ।
ସି˚ହ
ସି˚ହ
ଅର୍ଥ ସଂକଟ ଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ତରାୟ ସୃଷ୍ଟି କରିପାରେ। ମଘା ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ପାଇବା କଷ୍ଟକର ହେବ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମାଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି। କେବଳ କଳା, ସାହିତ୍ୟ, ସଙ୍ଗୀତ, ବ୍ୟବସାୟ, ଯାତ୍ରା ପାଇଁ ବିଶେଷ ଅସୁବିଧା ହେବନାହିଁ।
କନ୍ୟା
ସବୁ ଦିଗରୁ ଭଲ ହେଲେ ମଧ୍ୟ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ। ନିଜର ଏକାନ୍ତ କେତେକ ବ୍ୟକ୍ତିଗତ ଅପୂର୍ଣ୍ଣତା ମନକୁ ବାରମ୍ବାର ଆଲୋଡ଼ନ କରିବ। ଆର୍ଥିକ ସ୍ଥିତି, କର୍ମକ୍ଷେତ୍ର, ବ୍ୟବସାୟିକ ସ୍ଥିତି, ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ିଚାଲିବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ର ଉନ୍ନତ ହେବ।
ତୁଳା
ତୁଳା
ବନ୍ଧୁଙ୍କ ବାଧିଲାଭଳି କଥା ଶୁଣି ସବୁ ଆଶା ଓ ଅଭିଳାଷ ମିଳାଇ ଯାଇପାରେ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଫଳରେ ମନ ହାଲୁକା ହୋଇଯିବ। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିପାରନ୍ତି। ବୈଷୟିକ କ୍ଷେତ୍ରରେ ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇବେ।
ବିଛା
ବିଛା
ଏକ ଭିନ୍ନ ପରିବେଶରେ ପରିସ୍ଥିତି ବଦଳିଯିବ, ଯାହାକି ଆପଣଙ୍କ ସକାଶେ ରୁଚିକର ହୋଇପାରେ। ଅନ୍ୟମାନଙ୍କ ମନଧରି କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ଯୋଗୁ ବିଚଳିତ ହୋଇପାରନ୍ତି। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ଆଦୃତ ହେବେ।
ଧନୁ
ଧନୁ
ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ଯୋଡ଼ିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଉନ୍ନତି କରିବେ। ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସମାଧାନ କେତେକାଂଶରେ ହୋଇପାରେ। ଯାନବାହନ ଚଳାଚଳ ସମୟରେ ଅନ୍ୟମନସ୍କତା ପରିହାର କରନ୍ତୁ।
ମକର
ମକର
ଦିନଟି ସବୁ ଦିଗରୁ ଭଲରେ ଯିବ, କିନ୍ତୁ ମାନସିକ ସ୍ତରରେ ନିରୁତ୍ସାହିତ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
କୁମ୍ଭ
କୁମ୍ଭ
ନିଜର ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହେଇପାରେ। କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ମୀନମୀନ

ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ। କର୍ମ କ୍ଷେତ୍ରରେ ସାଧାରଣ ଘଟଣାରେ ବନ୍ଧୁଙ୍କ ସହ କଳହ ଘଟିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ। ତଥାପି ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

The post ରାଶିଫଳ: ରବିବାର, ମାର୍ଚ୍ଚ ୩ ତାରିଖ – Daily Horoscope appeared first on Dharitri Odia News.