ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଦ୍ୱିଜା ନକ୍ଷତ୍ରର ପାଖକୁ ଆସି ପାରି ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିପାରିବେ ନାହିଁ। ବୃଷ କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶ କ୍ରମେ ପ୍ରତିଯୋଗିତାରେ ସଫଳତା ହାସଲ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ […] The post ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope
ମେଷ
ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଦ୍ୱିଜା ନକ୍ଷତ୍ରର ପାଖକୁ ଆସି ପାରି ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିପାରିବେ ନାହିଁ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶ କ୍ରମେ ପ୍ରତିଯୋଗିତାରେ ସଫଳତା ହାସଲ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅନ୍ୟକୁ ସାହାଯ୍ୟର ଦୁଃସାହସିକ ପଦକ୍ଷେପ ପାଇଁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଜି ଅଷ୍ଟମ ଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତି ହୋଇ କେତେକ କାମ କରିବାକୁ ବାଧ୍ୟ ହେବେ। ପଡ଼ୋଶୀମାନେ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି। ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ହେବନାହିଁ । ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା କାରଣରୁ ସାମୟିକ ମନୋବଳ କାମକୁ ତ୍ୱରାନ୍ବିତ କରିବ।
କର୍କଟ
କର୍କଟ
ଅତୀତର ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦ ଦେଖାଦେବ। ରାଶ୍ୟାଧିପ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ମିଳିବ। ପରିବାରର ସାହାଯ୍ୟକ୍ରମେ ପୂର୍ବ କଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ନିର୍ମାଣ, ପରିବହନ, ସଭାସମିତି, ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଦୂର ହେବ।
ସି˚ହ
ସି˚ହ
ଦୀର୍ଘଦିନରୁ ଯାହା ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟସ୍ବୀକାର କରିବାକୁ ପଡ଼ିବ। ଦ୍ୱାଦଶାଧିପ ଷଷ୍ଠଭାବରେ ଅବସ୍ଥାନ କରିଥିବାରୁ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ। ସଭାସମିତିରେ ଅଥବା ଆଲୋଚନା କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ନୀତିଗତ କାମରୁ ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
ଆଜି ଚିତ୍ରା ନକ୍ଷତ୍ର ସକାଶେ କେତେକ ଅନିଚ୍ଛାକୃତ କାରଣବଶତଃ କର୍ମାରମ୍ଭ ସ୍ଥଗିତ ରହିଯିବ। ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ପୂର୍ବକ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବେ। ପାରିବାରିକ ଆବଶ୍ୟକତା ପୂରଣ ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ।
ତୁଳା
ତୁଳା
ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜିପାରନ୍ତି। ଆପଣଙ୍କ ସୁନିୟନ୍ତ୍ରିତ କାର୍ଯ୍ୟ ଲାଗି କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ରକ୍ଷା ପାଇବେ। ଆତ୍ମୀୟମାନେ ବିରୁଦ୍ଧାଚରଣ କରିପାରନ୍ତି। ସ୍ବାତୀ ନକ୍ଷତ୍ର ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।
ବିଛା
ବିଛା
ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ସମ୍ପର୍କୀୟଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ତୃତୀୟ ଚନ୍ଦ୍ର ପ୍ରଭାବରୁ ରାଜନୈତିକ ସ୍ତରରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ପର କଥାକୁ ପ୍ରାଧାନ୍ୟ ଦେଲେ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ। ସ୍ବାସ୍ଥ୍ୟହାନି ଯୋଗୁ ଚିକିତ୍ସକଙ୍କ ପାଖକୁ ଧାଁ ଧଉଡ଼ କରିବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ, ସଦ୍ଦିଚ୍ଛା ଲାଭ କରି ଖୁସି ରହିବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ନିଜର କୌଣସି କାମ ହାସଲ ପାଇଁ ପର ଉପରେ ନିର୍ଭର କରି ଚିନ୍ତାକୁଳ ହେବେ। ମୂଳା ନକ୍ଷତ୍ର ସକାଶେ ପାରିବାରିକ ଜଞ୍ଜାଳ ବୃଦ୍ଧି ସାମୟିକ ବ୍ୟସ୍ତତାର କାରଣ ହୋଇପାରେ।
ମକର
ମକର
ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ହାସଲ କରିବେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ। ଆଜି ଶ୍ରୀଚନ୍ଦ୍ର ହେତୁ ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ।
କୁମ୍ଭ
କୁମ୍ଭ
ଅଯଥା ସନ୍ଦେହଜନିତ ଘରୋଇ କଳହ ବଢ଼ି ବଢ଼ି ମନ ଭଲ ରହିବ ନାହିଁ। ଏଣେ କର୍ମକ୍ଷେତ୍ରରେ ମଧ୍ୟ ଯୋଜନା ଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ପୂର୍ବଭାଦ୍ର ନକ୍ଷତ୍ର ବିଭିନ୍ନ ଅସୁବିଧାରେ ବୁଡ଼ି ରହିଥିବା ସମୟରେ ନିଜ ଲୋକମାନେ ଦାଉ ସାଧିପାରନ୍ତି। ଆଜିର ଯାାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।
ମୀନମୀନ

ସମସ୍ୟା ବିଜଡ଼ିତ ପରିସ୍ଥିତିରେ ବନ୍ଧୁଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ରେବତୀ ନକ୍ଷତ୍ର ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିବେ।

The post ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope appeared first on Dharitri Odia News.