ବୁଢ଼ାବଳଙ୍ଗରେ ବନ୍ୟା ଆଶଙ୍କା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ବିଧାୟକ
ବୈଶିଙ୍ଗା,୨୯।୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଞ୍ଚଳରେ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଗତ ୪ଦିନ ହେଲା ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବୁଢ଼ାବଳଙ୍ଗ ସହିତ ଜିଲାର ସମସ୍ତ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ରବିବାର ଅପରାହ୍ନରେ ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାର ବୁଢ଼ାବଳଙ୍ଗ ନଦୀ ନାଖରା ସେତୁ ନିକଟରେ ସେତୁ […] The post ବୁଢ଼ାବଳଙ୍ଗରେ ବନ୍ୟା ଆଶଙ୍କା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ବିଧାୟକ appeared first on Dharitri Odia News.
ବୈଶିଙ୍ଗା,୨୯।୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଞ୍ଚଳରେ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ଲଘୁଚାପ ଯୋଗୁ ଗତ ୪ଦିନ ହେଲା ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବୁଢ଼ାବଳଙ୍ଗ ସହିତ ଜିଲାର ସମସ୍ତ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ରବିବାର ଅପରାହ୍ନରେ ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାର ବୁଢ଼ାବଳଙ୍ଗ ନଦୀ ନାଖରା ସେତୁ ନିକଟରେ ସେତୁ ଲଂଘିବାକୁ ଆଉ ମାତ୍ର ଚାରି ଫୁଟ ବାକି ରହିଥିବା ଦେଖିବାକୁ ମିଳିଛି। ତେବେ ନାଖରା, ପାଟଳିପୁରା, ଦାରିହା, କାଠପାଳ, ସିଙ୍ଗଲାମୁଣ୍ଡଳି, ଶାଳଗାଁ ପ୍ରଭୃତି ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କାରେ ରହିଛି ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ରବିବାର ଜିଲାପାଳ ହେମକାନ୍ତ ସଏ, ବିଧାୟକ ସନାତନ ବିଜୁଳି, ବେତନଟୀ ବ୍ଲକ ଏବିଡିଓ ଗଗନ ବିହାରୀ ବେହେରା, ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା, ସୁପରଭାଇଜର ଜଗନ୍ନାଥ ସିଂ, ବଡ଼ସାହି ତହସିଲଦାର କରୁଣାକର ଧିନ୍ଦା ପ୍ରମୁଖ ନାଖରା ସେତୁ ନିକଟରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ଫେରିଛନ୍ତି।
ସୂଚନା ମୁତାବକ,ସାପରଠାରୁ ଉପରମୁଣ୍ଡରେ ବର୍ଷାର ପ୍ରକୋପ ହ୍ରାସ ପାଇଥିବାରୁ ଯଦି ଏଭଳି ସ୍ଥିତି ଆଗାମୀ କିଛି ଘଣ୍ଟା ଲାଗି ରହେ ତେବେ ବନ୍ୟା ଆଶଙ୍କା ଟଳିଯିବାର ସମ୍ଭାବନା ରହିଛି।
The post ବୁଢ଼ାବଳଙ୍ଗରେ ବନ୍ୟା ଆଶଙ୍କା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ବିଧାୟକ appeared first on Dharitri Odia News.