୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ
ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି। ଦୁଇଟି କାର୍, ପିକ୍ଅପ୍ ଗାଡ଼ି ଓ ଦୁଇଟି ବାଇକ୍ ଜବତ କରିଛି। ମୋଟ୍ ୨୪୦ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇ ଓ ଗାଡ଼ିଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୬୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଚାନ୍ଦିପୁଟର ଜୀବିଜ୍ୟ ନାୟକ(୩୨), […] The post ୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ appeared first on Dharitri Odia News.
ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି। ଦୁଇଟି କାର୍, ପିକ୍ଅପ୍ ଗାଡ଼ି ଓ ଦୁଇଟି ବାଇକ୍ ଜବତ କରିଛି। ମୋଟ୍ ୨୪୦ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇ ଓ ଗାଡ଼ିଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୬୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଚାନ୍ଦିପୁଟର ଜୀବିଜ୍ୟ ନାୟକ(୩୨), ବୁଲୁ ଲିମା (୨୬), ଲୁହାଗୁଡ଼ିର ସରୋଜ କୁମାର ସାହୁ(୨୫), ଅଢ଼ବା ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଶୋନୁ ଶବର (୨୩), କବିସୂର୍ଯ୍ୟନଗର ନୂଆ ଖରିଢାର ଶେଖର ମହାନ୍ତି ଓ ଉତ୍ତରପ୍ରଦେଶର କେ. ସୁଧାକର (୨୯)। ମାମଲା ନମ୍ବର ୯୧୮/୨୩-୨୪ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଇନ୍ସପେକ୍ଟର ଗୋବର୍ଦ୍ଧନ ରଣା ସୂଚନା ଦେଇଛନ୍ତି।
The post ୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ appeared first on Dharitri Odia News.