ରଣବୀର ସଂସାରର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହୋମ ଡେକୋର ଫ୍ୟାବ୍ରିକ୍ସ ଲିଡର ଡି’ଡେକୋରର ନୂତନ ବ୍ରାଣ୍ଡ୍ ସଂସାରର ବ୍ରାଣ୍ଡ୍ ଆମାସାଡର ଭାବେ ବଲିଉଡ ଅଭିନେତା ରଣବୀର ସିଂ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷରେ ବ୍ରାଣ୍ଡ୍ ୫୦ଟି ମେଟ୍ରୋ ଓ ଅଣ-ମେଟ୍ରୋ ସହରର ୩୫୦ ଷ୍ଟୋର୍ରେ ଉପଲବ୍ଧ। ଏପରିକି ସଂସାର ବ୍ରାଣ୍ଡ୍ ଯତ୍ନଶୀଳ ଭାବେ ନିର୍ମିତ ହୋମ୍ ଡେକୋର ଫ୍ୟାବ୍ରିକ୍ ପ୍ରଦାନ କରୁଛି। ସେହିଭଳି ଶୁଭାରମ୍ଭ ପୂର୍ବରୁ ସଂସାର ପକ୍ଷରୁ ଏକ ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି) ଉନ୍ମୋଚନ […] The post ରଣବୀର ସଂସାରର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.
ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହୋମ ଡେକୋର ଫ୍ୟାବ୍ରିକ୍ସ ଲିଡର ଡି’ଡେକୋରର ନୂତନ ବ୍ରାଣ୍ଡ୍ ସଂସାରର ବ୍ରାଣ୍ଡ୍ ଆମାସାଡର ଭାବେ ବଲିଉଡ ଅଭିନେତା ରଣବୀର ସିଂ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷରେ ବ୍ରାଣ୍ଡ୍ ୫୦ଟି ମେଟ୍ରୋ ଓ ଅଣ-ମେଟ୍ରୋ ସହରର ୩୫୦ ଷ୍ଟୋର୍ରେ ଉପଲବ୍ଧ।
ଏପରିକି ସଂସାର ବ୍ରାଣ୍ଡ୍ ଯତ୍ନଶୀଳ ଭାବେ ନିର୍ମିତ ହୋମ୍ ଡେକୋର ଫ୍ୟାବ୍ରିକ୍ ପ୍ରଦାନ କରୁଛି। ସେହିଭଳି ଶୁଭାରମ୍ଭ ପୂର୍ବରୁ ସଂସାର ପକ୍ଷରୁ ଏକ ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି) ଉନ୍ମୋଚନ କରାଯାଇଛି। ଯେଉଁଥିରେ ବ୍ରାଣ୍ଡ ଆମ୍ବାସାଡର ଓ ବଲିଉଡ ଅଭିନେତା ରଣବୀର ସିଂ ‘ଲିଭ୍ କନ୍ସିୟସଲି’ ଟ୍ୟାଗ୍ଲାଇନ୍ ସହ ଅଭିନୟ କରିଛନ୍ତି। ଏହା ଏଭଳି ଘରଗୁଡିକୁ ଚିତ୍ରଣ କରୁଛି, ଯେଉଁଠାରେ ପ୍ରତ୍ୟେକ ପସନ୍ଦ ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପ୍ରତି ଯୋଗଦାନ ଦେଉଛି।
ସେହିପରି ସଂସାର ସହ ରଣବୀର ସିଂଙ୍କ ସହଭାଗିତା ଏକ ବାଧାହୀନ, ପରିବେଶ ସଚେତନତା ସହ ଏକତ୍ରିତ କରିବାର ବ୍ରାଣ୍ଡ୍ ବାର୍ତ୍ତାକୁ ସୂଚିତ କରୁଛି, ଯାହା ଉପଭୋକ୍ତାଙ୍କୁ ସେମାନଙ୍କର ବାସସ୍ଥାନକୁ ଦାୟିତ୍ୱପୂର୍ଣ୍ଣ ଭାବେ ଉନ୍ନତ କରିବା ଲାଗି ଏକ ସୁଯୋଗ ପ୍ରଦାନ କରୁଛି। ଏ ସମ୍ପର୍କରେ ସଂସାର ବିଜ୍ନେସ ହେଡ୍ ସଞ୍ଜନା ଅରୋରା କହିଛନ୍ତି, ଆମେ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ବ୍ରାଣ୍ଡ୍ର ବ୍ରାଣ୍ଡ ଆମ୍ବାସାଡାର ନିଯୁକ୍ତ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଭାରତରେ ନିର୍ମିତ ସଂସାରର ପ୍ରିମିୟମ, ମିନିମାଲିଷ୍ଟିକ ଫ୍ୟାବ୍ରିକଗୁଡିକୁ ନେଇ ଆମେ ଗର୍ବିତ ରହିଛୁ।
The post ରଣବୀର ସଂସାରର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.