ଦିଲ୍ଲୀ ବିଜୟ ପରେ କାହାକୁ ଫୋନ କଲେ ଆଶୁତୋଷ ? ସାମ୍ନାକୁ ଆସିଲା ଭିଡିଓ...

ନୂଆଦିଲ୍ଲୀ ୨୫/୦୩: ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ବିଜୟରେ ସୁପର ହିରୋ ସାଜିଥିଲେ ଆଶୁତୋଷ ଶର୍ମା । ଆଶୁତୋଷଙ୍କ ଚମତ୍କାର ପ୍ରଦର୍ଶନ ପରେ ସବୁଆଡୁ ଛୁଟିଥିଲା ପ୍ରଶଂସା । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ହାସଲ କରିଥିଲେ ଅପରାଜିତ ଅର୍ଦ୍ଧଶତକ । ଆଶୁତୋଷଙ୍କ ଇନିଂସ ଆଧାରରେ, ଦିଲ୍ଲୀ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୧ ୱିକେଟରେ ପରାସ୍ତ କରିଛି । ବିଜୟ ପରେ ଆଶୁତୋଷ ଏକ ଭିଡିଓ କଲ୍ କରିଥିଲେ। ଦିଲ୍ଲୀ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି।ପ୍ରକୃତରେ କହିବାକୁ ଗଲେ ଆଶୁତୋଷ ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାୱନଙ୍କୁ ଫୋନ୍ କରିଥିଲେ । ଦିଲ୍ଲୀ X ରେ ଏହାର ଭିଡିଓ ସେୟାର କରିଛି । ଆଶୁତୋଷ ଧାୱନଙ୍କୁ ଏକ ଭିଡିଓ କଲ୍ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଆଉ ଧୱନ ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। Ashu ???? GabbarIt’s a Dilli love story ????❤️ pic.twitter.com/HZkeC3sWUE— Delhi Capitals (@DelhiCapitals) March 24, 2025ସୂଚନା ଥାଉକି, ଲକ୍ଷ୍ନୌ ଦିଲ୍ଲୀକୁ ବିଜୟ ପାଇଁ ୨୧୦ ରନର ଟାର୍ଗେଟ ଦେଇଥିଲା। ଜବାବରେ, ଦିଲ୍ଲୀ ପକ୍ଷରୁ ଜ୍ୟାକ ଫ୍ରେଜର ମ୍ୟାକଗର୍କ ଏବଂ ଫାଫ ଡୁ ପ୍ଲେସିସ୍ ଓପନିଂ କରିବାକୁ ଆସିଥିଲେ। ଡୁ ପ୍ଲେସିସ୍ ୨୯ ରନ୍ କରିଥି

ଦିଲ୍ଲୀ ବିଜୟ ପରେ କାହାକୁ ଫୋନ କଲେ ଆଶୁତୋଷ ? ସାମ୍ନାକୁ ଆସିଲା ଭିଡିଓ...

ନୂଆଦିଲ୍ଲୀ ୨୫/୦୩: ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ବିଜୟରେ ସୁପର ହିରୋ ସାଜିଥିଲେ ଆଶୁତୋଷ ଶର୍ମା । ଆଶୁତୋଷଙ୍କ ଚମତ୍କାର ପ୍ରଦର୍ଶନ ପରେ ସବୁଆଡୁ ଛୁଟିଥିଲା ପ୍ରଶଂସା । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ହାସଲ କରିଥିଲେ ଅପରାଜିତ ଅର୍ଦ୍ଧଶତକ । ଆଶୁତୋଷଙ୍କ ଇନିଂସ ଆଧାରରେ, ଦିଲ୍ଲୀ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୧ ୱିକେଟରେ ପରାସ୍ତ କରିଛି । ବିଜୟ ପରେ ଆଶୁତୋଷ ଏକ ଭିଡିଓ କଲ୍ କରିଥିଲେ। ଦିଲ୍ଲୀ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି।

ପ୍ରକୃତରେ କହିବାକୁ ଗଲେ ଆଶୁତୋଷ ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧାୱନଙ୍କୁ ଫୋନ୍ କରିଥିଲେ । ଦିଲ୍ଲୀ X ରେ ଏହାର ଭିଡିଓ ସେୟାର କରିଛି । ଆଶୁତୋଷ ଧାୱନଙ୍କୁ ଏକ ଭିଡିଓ କଲ୍ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଆଉ ଧୱନ ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। 


ସୂଚନା ଥାଉକି, ଲକ୍ଷ୍ନୌ ଦିଲ୍ଲୀକୁ ବିଜୟ ପାଇଁ ୨୧୦ ରନର ଟାର୍ଗେଟ ଦେଇଥିଲା। ଜବାବରେ, ଦିଲ୍ଲୀ ପକ୍ଷରୁ ଜ୍ୟାକ ଫ୍ରେଜର ମ୍ୟାକଗର୍କ ଏବଂ ଫାଫ ଡୁ ପ୍ଲେସିସ୍ ଓପନିଂ କରିବାକୁ ଆସିଥିଲେ। ଡୁ ପ୍ଲେସିସ୍ ୨୯ ରନ୍ କରିଥିଲେ। ଯେତେବେଳେ ମ୍ୟାକଗର୍କ ୧ ରନ କରି ଆଉଟ ହୋଇଥିଲେ। ଆଶୁତୋଷ ଦଳ ପାଇଁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଅପରାଜିତ ୬୬ ରନ କରିଥିଲେ। ଆଶୁତୋଷ ୩୧ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଏବଂ ୫ଟି ଛକା ମାରିଥିଲେ। 

ବିଜୟ ସହ ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏବେ, ଆଗକୁ  ସନରାଇଜର୍ସ ହାଇଦ୍ରାବାଦ ସହ ହେବ ମୁକାବିଲା । ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ରବିବାର, ମାର୍ଚ୍ଚ ୩୦ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ଦିଲ୍ଲୀର ତୃତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ସହିତ। ଏହି ମ୍ୟାଚ୍ ୫ ଏପ୍ରିଲରେ ଚେନ୍ନାଇରେ ଖେଳାଯିବ।