ୟୁକ୍ରେନ୍ ଉପରେ ହାଇପର-ସୋନିକ୍ କିଞ୍ଜଲ୍ ମିସାଇଲ୍ ମାଡ଼; ୩୧ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀ କୀଭ୍ରେ ଋଷ୍ ସେନାର ମିସାଇଲ୍ ମାଡ଼ । ସୋମବାର ଘନଘନ ଏୟାର ଷ୍ଟ୍ରାଇକ୍ରେ ପ୍ରାୟ ୩୧ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କୀଭର ୫ଟି ସ୍ଥାନରେ ହମଲା ହୋଇଛି । କୀଭରେ ଥିବା ଏକ ଶିଶୁ ହସ୍ପିଟାଲ ଉପରେ ମିସାଇଲ ପଡିବାରୁ ତାହା ଧ୍ୱଂସ ହୋଇଛି । ଅନେକ ଲୋକ ଧ୍ୱଂସାବଶେଷ ଭିତରେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, କୀଭର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ମିସାଇଲ ମାଡ଼ ହୋଇଛି । ଏଥିରେ ହାଇପର-ସୋନିକ୍ କୀଞ୍ଜଲ୍ ମିସାଇଲ୍ ମଧ୍ୟ ସାମିଲ୍ ରହିଛି । ଫଳରେ ଓଖମତଡିଟ୍ ସ୍ଥିତ ଶିଶୁ ହସ୍ପିଟାଲ ସମେତ ଅନେକ ଅଟ୍ଟାଳିକା ଧ୍ୱଂସ ପାଇଯାଇଛି । ଶିଶୁ ହସ୍ପିଟାଲର ଭଗ୍ନାବଶେଷ ତଳେ ବହୁ ଲୋକ ଚାପିହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ, ରୋଗୀ, ଡାକ୍ତର ଓ ସାଧାରଣ ଜନତା ଅଛନ୍ତି । ଅନ୍ୟପଟେ ମଧ୍ୟ-ୟୁକ୍ରେନର କୀଭ୍ ସହରରେ ଏକ ହମଲାରେ ୧୦ଜଣ ପ୍ରାଣ ହରାଇଛନ୍ତି । ୟୁକ୍ରେନ ଗୃହମନ୍ତ୍ରୀ ଇହୋରି କ୍ଲିମେଙ୍କୋ କହିଛନ୍ତି, ଏହି ହମଲାରେ ୧୫୪ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ଆମକୁ ବୁଝିବାକୁ ହେବ ଯେ ଋଷ୍ ସରକାର ଦମନ ପାଇଁ କେତେ ତଳକୁ ଖସିଯାଇଛି । କିଛି ଦିନ ଶାନ୍ତ ରହିବା ପରେ ପୁଣି
ନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀ କୀଭ୍ରେ ଋଷ୍ ସେନାର ମିସାଇଲ୍ ମାଡ଼ । ସୋମବାର ଘନଘନ ଏୟାର ଷ୍ଟ୍ରାଇକ୍ରେ ପ୍ରାୟ ୩୧ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କୀଭର ୫ଟି ସ୍ଥାନରେ ହମଲା ହୋଇଛି । କୀଭରେ ଥିବା ଏକ ଶିଶୁ ହସ୍ପିଟାଲ ଉପରେ ମିସାଇଲ ପଡିବାରୁ ତାହା ଧ୍ୱଂସ ହୋଇଛି । ଅନେକ ଲୋକ ଧ୍ୱଂସାବଶେଷ ଭିତରେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, କୀଭର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ମିସାଇଲ ମାଡ଼ ହୋଇଛି । ଏଥିରେ ହାଇପର-ସୋନିକ୍ କୀଞ୍ଜଲ୍ ମିସାଇଲ୍ ମଧ୍ୟ ସାମିଲ୍ ରହିଛି । ଫଳରେ ଓଖମତଡିଟ୍ ସ୍ଥିତ ଶିଶୁ ହସ୍ପିଟାଲ ସମେତ ଅନେକ ଅଟ୍ଟାଳିକା ଧ୍ୱଂସ ପାଇଯାଇଛି । ଶିଶୁ ହସ୍ପିଟାଲର ଭଗ୍ନାବଶେଷ ତଳେ ବହୁ ଲୋକ ଚାପିହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ, ରୋଗୀ, ଡାକ୍ତର ଓ ସାଧାରଣ ଜନତା ଅଛନ୍ତି ।
ଅନ୍ୟପଟେ ମଧ୍ୟ-ୟୁକ୍ରେନର କୀଭ୍ ସହରରେ ଏକ ହମଲାରେ ୧୦ଜଣ ପ୍ରାଣ ହରାଇଛନ୍ତି । ୟୁକ୍ରେନ ଗୃହମନ୍ତ୍ରୀ ଇହୋରି କ୍ଲିମେଙ୍କୋ କହିଛନ୍ତି, ଏହି ହମଲାରେ ୧୫୪ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ଆମକୁ ବୁଝିବାକୁ ହେବ ଯେ ଋଷ୍ ସରକାର ଦମନ ପାଇଁ କେତେ ତଳକୁ ଖସିଯାଇଛି ।
କିଛି ଦିନ ଶାନ୍ତ ରହିବା ପରେ ପୁଣି ଥରେ ରୁଦ୍ର ରୂପ ଦେଖାଇଛି ଋଷ୍ ସେନା । ଚଳିତ ମାସରେ ୟୁକ୍ରେନ ଉପରେ ସବୁଠୁ ବଡ଼ ମିସାଇଲ୍ ଆକ୍ରମଣ କରିଛି । ହମଲାରେ ହାଇପର-ସୋନିକ୍ କୀଞ୍ଜଲ୍ ମିସାଇଲ୍ ବ୍ୟବହାର ହୋଇଥିବା ୟୁକ୍ରେନ ସରକାର ଅଭିଯୋଗ କରିଛନ୍ତି । ଏହି ମିସାଇଲ୍ ଋଷ୍ ସବୁଠୁ ଅତ୍ୟାଧୁନିକ ମାରଣାସ୍ତ୍ର । କୀଞ୍ଜଲ ଶବ୍ଦର ଗତି ଠାରୁ ୧୦ ଗୁଣା ଅଧିକ ବେଗରେ ଗତି କରିଥାଏ । ଏହାକୁ ଅଟକାଇବା ମୁସ୍କିଲ୍ । ଏହି ମିସାଇଲ୍ ମାଡ଼ ପରେ କିଛି ସମୟ ପାଇଁ ଭୂମିକମ୍ପ ଭଳି ଅନୁଭୁତ ହୋଇଥିଲା ।