ରାହୁଲ ଖେଳିଲେ, କିନ୍ତୁ ଏହି କାରଣ ପାଇଁ ଅଧିନାୟକ ହେଲେନି

ମ୍ୟାଚ୍‌ ଖେଳୁଥିଲେ ହେଁ ସେ କାହିଁକି କ୍ୟାପ୍ଟେନ ହେଲେ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ରାହୁଲ ଖେଳିଲେ, କିନ୍ତୁ ଏହି କାରଣ ପାଇଁ ଅଧିନାୟକ ହେଲେନି

ଲକ୍ଷ୍ନୌ ସୁପର ଜାଏଣ୍ଟସ ଆଜି ପଞ୍ଜାବ କିଙ୍ଗସକୁ ଭେଟୁଛି। ଲକ୍ଷ୍ନୌରେ ଏହି ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଘରୋଇ ଟିମକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘରୋଇ ପରିବେଶରେ କେଏଲ ରାହୁଲ ଲକ୍ଷ୍ନୌର ନେତୃତ୍ୱ ନେଉ ନାହାନ୍ତି।

ତାଙ୍କ ବଦଳରେ ନିକୋଲସ ପୁରନ ଲକ୍ଷ୍ନୌର କ୍ୟାପ୍ଟେନ ହୋଇଛନ୍ତି। ତେବେ କୌତହଳର ବିଷୟ ହେଲା ରାହୁଲ ଏହି ମ୍ୟାଚ୍‌ ବି ଖେଳୁଛନ୍ତି। ମ୍ୟାଚ୍‌ ଖେଳୁଥିଲେ ହେଁ ସେ କାହିଁକି କ୍ୟାପ୍ଟେନ ହେଲେ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ରାହୁଲ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭାବେ ଦଳରେ ରହିଛନ୍ତି।

ଏ ସର୍ମ୍ପକରେ ଲକ୍ଷ୍ନୌର କାମଚଳା ଅଧିନାୟକ ପୁରନ କହିଛନ୍ତି, “ରାହୁଲ ଆହତ ସମସ୍ୟାରୁ ଫେରିଛନ୍ତି। ଏପରି ଏକ ବଡ଼ ତଥା ଲମ୍ବା ଟୁର୍ଣ୍ଣାମେଣ୍ଟରେ ଆମେ ତାଙ୍କୁ ବ୍ରେକ୍‌ ଦେବାକୁ ଚାହୁଁଛୁ। କିନ୍ତୁ ସେ ଆଜି ଇମ୍ପାକ୍ଟ ଖେଳାଳି ଭାବେ ଦଳରେ ରହିଛନ୍ତି। ପ୍ରତ୍ୟେକ ଖେଳାଳି ସୁଯୋଗର ଫାଇଦା ଉଠାନ୍ତୁ ଓ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ।”

ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ ଅଧିନାୟକ ଶିଖର ଧୱନ ଟସ ହାରି ପ୍ରଥମେ ବୋଲିଂ କରୁଛନ୍ତି। ଏହି ନିଷ୍ପତ୍ତିରେ ସେ ଖୁସି ଥିବା କହିଛନ୍ତି।