ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ। ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିପାରନ୍ତି। ଆନୁଷ୍ଠାନିକ କାମ ସହ ବନ୍ଧୁ ଗହଣରେ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟ ଦେଇ ସମୟ ଅତିବାହିତ ହେବ। ବୃଷ ଆଜିର ଗ୍ରହସ୍ଥିତି ପ୍ରଭାବରେ ପରକୁ ଆପଣାର କରି କାମ ହାସଲରେ ସମର୍ଥ ହେବେ। ନୀଚାରୋହୀ ମଙ୍ଗଳଙ୍କ ଦୁର୍ବଳତାଜନିତ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ […] The post ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope
ମେଷ
ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ। ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିପାରନ୍ତି। ଆନୁଷ୍ଠାନିକ କାମ ସହ ବନ୍ଧୁ ଗହଣରେ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟ ଦେଇ ସମୟ ଅତିବାହିତ ହେବ।
ବୃଷ
ବୃଷ
ଆଜିର ଗ୍ରହସ୍ଥିତି ପ୍ରଭାବରେ ପରକୁ ଆପଣାର କରି କାମ ହାସଲରେ ସମର୍ଥ ହେବେ। ନୀଚାରୋହୀ ମଙ୍ଗଳଙ୍କ ଦୁର୍ବଳତାଜନିତ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ଲାଗିରହିବ। ଖର୍ଚ୍ଚ ବୃଦ୍ଧିପାଇବାରୁ ବ୍ୟସ୍ତତା ମଧ୍ୟ ବଢ଼ିଯାଇପାରେ। ଜମିଜମା କାରବାର, ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ବୃହସ୍ପତିଙ୍କ ଦୋଷରୁ ନିର୍ଦ୍ଦିଷ୍ଟ ସମୟରେ କାମ ନ ହେବାରୁ ବ୍ୟସ୍ତତା ବଢ଼ିବ। ଏହା ସାଙ୍ଗକୁ ଋଣ ଭାର ବୃଦ୍ଧିଜନିତ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ମୃଗଶିରା ସକାଶେ କୌଣସି ହୃଦୟବାନ୍‌ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ଘଟିବା ଯୋଗୁ ମନ ପ୍ରଫୁଲ୍ଲ ରହିପାରେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସହ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବେ। ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ଅନ୍ୟମନସ୍କ ରହି ବିଭିନ୍ନ ସମସ୍ୟାକୁ ଡାକି ଆଣି ପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଆଜି କୌଣସି ନୂତନ କାମର ଯୋଜନା କରି ସଫଳତା ପାଇବେ। ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମସ୍ୟା ଆସିପାରେ। ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ। ଭ୍ରାତୃସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଖୁସି ହୋଇପାରନ୍ତି।
କନ୍ୟା
ଭାଗ୍ୟସ୍ଥାନରେ ଗୁରୁ ହେତୁ ଯେଉଁ କାମରେ ହାତଦେବେ ସଫଳ ହେବେ। ପଡ଼ୋଶୀଙ୍କ ମଧ୍ୟସ୍ଥତାରେ ଦୀର୍ଘଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିନେବେ। ବିବାଦୀୟ ଘଟଣାରେ ବିଜୟ ସୁନିଶ୍ଚିତ। ସ୍ବାସ୍ଥ୍ୟପ୍ରତି ସଚେତନ ରହିବା ଭଲ।
ତୁଳା
ତୁଳା
ରାଶିକୁ ଚନ୍ଦ୍ର ଅବଲୋକନ କରୁଥିବାରୁ ମନରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ଆର୍ଥିକ ଦିଗରୁ ଅସୁବିଧା ହେବନାହିଁ। ପରିଜନଙ୍କ ସହଯୋଗରେ କୌଣସି କର୍ମାରମ୍ଭ କରିବେ। ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବାର ସୂଚନା ରହିଛି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ହେତୁକ ନୈରାଶ୍ୟ ମାନସିକ ଅସୁସ୍ଥତାର କାରଣ ସାଜିପାରେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟା ସୃଷ୍ଟି କରିବ କିନ୍ତୁ କୌଣସି ଅସୁବିଧା ହେବ ନାହିଁ। ପ୍ରଶାସନ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ।
ଧନୁ
ଧନୁ
ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବାରୁ ମନୋବଳ ସାମାନ୍ୟ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସୁଧାରିନେବେ। କର୍ମକ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିଙ୍କ ମାଧ୍ୟମରେ ସମ୍ମାନିତ ହୋଇପାରନ୍ତି। ଆଗାମୀ କାଲି ସକଶେ କୌଣସି ଯୋଜନା ପ୍ରସ୍ତୁତ କରି ଖୁସି ରହିବେ।
ମକର
ମକର
ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ପାରିବାରିକ ସମସ୍ୟାର ସମାଧାନ କରି ମନକୁ ହାଲୁକା କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ସାଙ୍ଗକୁ ସମ୍ପର୍କୀୟମାନଙ୍କ ସହଯୋଗ ଲାଭକରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗିରହିବ। ପାରିବାରିକ କ୍ଷେତ୍ର ପୂର୍ବପରି ରହିବା ଯୋଗୁ ମାନସିକ ସ୍ଥିତି ଭଲ ରହି ନ ପାରେ।
କୁମ୍ଭ
କୁମ୍ଭ
ନୀଚସ୍ଥ ଶୁକ୍ରଜନିତ ପରିବାରରେ ଘଟିଯାଇଥିବା ଘଟଣାକୁ ନେଇ ଅନୁତାପ କରିବେ। ଅନ୍ୟମନସ୍କତା କାରଣରୁ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। କଳା, ସାହିତ୍ୟରେ ଉନ୍ନତି କରିବା ସାଙ୍ଗକୁ ନିଜର କୃତି ଓ କୃତିତ୍ୱଜନିତ ସମାଜରେ ପ୍ରଶଂସିତ ମଧ୍ୟ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
ମୀନମୀନ

ପ୍ରତିବନ୍ଧକ ମଧ୍ୟରେ ଗତି କରିବା ସହ କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗିରହିବ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର କାରଣ ନ ଖୋଜି କାମ କଲେ ଅଡ଼ୁଆରେ ପଡ଼ିବେ। ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ ନତୁବା କଳହର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାତାପ କରିବାକୁ ପଡ଼ିବ।

The post ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope appeared first on Dharitri Odia News.