ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନୀ ଉପରେ ଆଧାରିତ ବିବାଦୀୟ ଚଳଚ୍ଚିତ୍ର ‘ଦି ଆପ୍ରେଣ୍ଟିସ’ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଅକ୍ଟୋବରରେ ଏହି ଫିଲ୍ମ ଆମେରିକୀୟ ଏବଂ କାନାଡିୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ହଲିଉଡ ରିପୋର୍ଟରା ରିପୋର୍ଟ ଅନୁଯାୟୀ, ଏହି ସମ୍ବେଦନଶୀଳ […] The post ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ appeared first on Dharitri Odia News.

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନୀ ଉପରେ ଆଧାରିତ ବିବାଦୀୟ ଚଳଚ୍ଚିତ୍ର ‘ଦି ଆପ୍ରେଣ୍ଟିସ’ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଅକ୍ଟୋବରରେ ଏହି ଫିଲ୍ମ ଆମେରିକୀୟ ଏବଂ କାନାଡିୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ହଲିଉଡ ରିପୋର୍ଟରା ରିପୋର୍ଟ ଅନୁଯାୟୀ, ଏହି ସମ୍ବେଦନଶୀଳ ମୁଭି ଅକ୍ଟୋବର ୧୧ରେ ବ୍ରିଆର୍‌ କ୍ଲିଫ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ବାଚନ ପୂର୍ବରୁ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛି। ବ୍ରିଆର୍‌ କ୍ଲିଫ ଏଣ୍ଟରଟେନମେଣ୍ଟ କାଲିଫର୍ନିଆର ସାଣ୍ଟା ମୋନିକାଠାରେ ଅବସ୍ଥିତ ଏକ ଇଣ୍ଡି ବିତରକ।
ଅଲି ଅବ୍ବାସିଙ୍କ ନିର୍ଦ୍ଦେଶିତ ତଥା ଭ୍ୟାନିଟି ଫେୟାର ଦ୍ୱାରା ଲିଖିତ ଏହି ମୁଭିରେ ଏମି ପୁରସ୍କାର ପ୍ରାପ୍ତ ଅଭିନେତା ସେବାଷ୍ଟିଆନ ଷ୍ଟାନ ଟ୍ରମ୍ପଙ୍କ ଭୂମିକାରେ ଅଭିନୟ କରିଛନ୍ତି ବୋଲି ସିହ୍ନୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

The post ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ appeared first on Dharitri Odia News.