ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ସାଗର
ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ରହିଥିବା ଚର୍ଚ୍ଚାକୁ ଆସିଛି। ଗତ କିଛି ଦିନ ତଳେ ତାଙ୍କୁ ଦିଲ୍ଲୀ ଡ଼କାଯାଇଥିବାବେଳେ ସେଠାରେ ସେ ମୌଖିକ ପରୀକ୍ଷା ଦେଇ ଫେରିଥିବା ଜଣାପଡିଛି। ସଂସଦର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଜଣେ ଦଳିତ ଶ୍ରେଣୀର ଲଢ଼ୁଆ ଯୁବ ଚେହେରାଙ୍କୁ ଏହି ପଦବୀ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏ ନେଇ […] The post ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ସାଗର appeared first on Dharitri Odia News.
ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ରହିଥିବା ଚର୍ଚ୍ଚାକୁ ଆସିଛି। ଗତ କିଛି ଦିନ ତଳେ ତାଙ୍କୁ ଦିଲ୍ଲୀ ଡ଼କାଯାଇଥିବାବେଳେ ସେଠାରେ ସେ ମୌଖିକ ପରୀକ୍ଷା ଦେଇ ଫେରିଥିବା ଜଣାପଡିଛି। ସଂସଦର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଜଣେ ଦଳିତ ଶ୍ରେଣୀର ଲଢ଼ୁଆ ଯୁବ ଚେହେରାଙ୍କୁ ଏହି ପଦବୀ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି। ସାଗର ଦଳିତ ପରିବାରର ହୋଇଥିବାବେଳେ ଜଣେ ଯୁବନେତା ଭାବେ ମଧ୍ୟ ଜଣାଶୁଣା। ଏପରି କି ତାଙ୍କ ବାପା ଭକ୍ତ ଚରଣ ଦାସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ ଏଆଇସିସିର ଜଣେ ବରିଷ୍ଠ ନେତା ମଧ୍ୟ ରହିଛନ୍ତି। ସେହିଦୃଷ୍ଟିରୁ ସାଗରଙ୍କୁ ଏହି ପଦ ମିଳିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।
The post ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ସାଗର appeared first on Dharitri Odia News.