ରାସ୍ତକଡ଼କୁ ଖସି ଗଛରେ ପିଟି ହେଲା ବସ୍‌

ଆଜି ସକାଳେ ନୀଳମାଧବ ନାମକ ବସ୍‌ ଯାତ୍ରୀମାନଙ୍କୁ ନେଇ ଉଦଳାରୁ ଠାକୁରମୁଣ୍ଡା ଅଭିମୁଖେ ଯାଉଥିଲା।

ରାସ୍ତକଡ଼କୁ ଖସି ଗଛରେ ପିଟି ହେଲା ବସ୍‌

ଭାରସାମ୍ୟ ହରାଇ ରାସ୍ତକଡ଼କୁ ଖସି ଏକ ଗଛରେ ପିଟି ହେଲା ବସ୍‌। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୨୫ ଜଣ ଯାତ୍ରୀ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନିକଟ ଜଡ଼ିଦା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆଜି ସକାଳେ ନୀଳମାଧବ ନାମକ ଏକ ବସ୍‌ ଯାତ୍ରୀମାନଙ୍କୁ ନେଇ ଉଦଳାରୁ ଠାକୁରମୁଣ୍ଡା ଅଭିମୁଖେ ଯାଉଥିଲା। ଜଡ଼ିଦା ଛକ ନିକଟରେ ବସ୍‌ଟି ରାସ୍ତାକଡ଼କୁ ଖସିଯାଇ ଏକ ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରେ ଯାତ୍ରୀମାନେ ଅନ୍ୟ ଏକ ବସ୍‌ରେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିଲେ।