ରାସ୍ତା ଉପରେ ସ୍ତ୍ରୀଙ୍କୁ ଛୁରୀ ମାରି ସ୍ୱାମୀ ଫେରାର

ସ୍ଥାନୀୟ ଲୋକେ ବାସନ୍ତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ରାସ୍ତା ଉପରେ ସ୍ତ୍ରୀଙ୍କୁ ଛୁରୀ ମାରି ସ୍ୱାମୀ ଫେରାର

ସ୍ୱାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର। ଘଟଣାଟି ଘଟିଛି ରାୟଗଡ଼ା ସହର ନଦି ସାହିରେ। ଛୁରା ମାଡ଼ରେ ଆହତ ମହିଳାଙ୍କ ନାଁ ବାସନ୍ତୀ ବେହେରା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ପ୍ରଦୀପ ବେହେରା।

କୌଣସି କଥାକୁ ନେଇ ପ୍ରଦୀପ ଓ ବାସନ୍ତୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଘର ଭିତରେ ଝଗଡ଼ା ଚାଲିଥିବା ବେଳେ କିଛି ସମୟ ପରେ ସେମାନେ ବାହାରକୁ ଆସିଥିଲେ। ରାସ୍ତା ଉପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ପ୍ରଦୀପ ଏକ ଛୁରୀରେ ବାସନ୍ତୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ବାସନ୍ତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ପେଟ ଓ ଦୁଇ ହାତରେ ଆଘାତ ଲାଗିଛି।

ପୁଲିସ୍ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ସୂଚନା ସଂଗ୍ରହ କରିବା ସହିତ ଘଟଣାର ତଦନ୍ତ କରୁଛି। ତେବେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।