ଜ୍ୟୋତି ମାଲହୋତ୍ରାଙ୍କ ଡାଏରୀରେ ପାକିସ୍ତାନ ଲିଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ NIA ଏବଂ IB ଅଧିକାରୀମାନେ ନିରନ୍ତର ପଚରାଉଚରା କରୁଛନ୍ତି। ଜ୍ୟୋତିଙ୍କ ପାକିସ୍ତାନ ଏବଂ ଚୀନ ଗସ୍ତ, ବିଶେଷକରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ତାଙ୍କ ଗସ୍ତ ତଦନ୍ତାଧୀନ ଅଛି। ହରିୟାଣା ପୋଲିସ ତାଙ୍କ ଘରୁ ମିଳିଥିବା ଏକ ଡାଏରୀରେ ତାଙ୍କ ପାକିସ୍ତାନ ଗସ୍ତର ଉଲ୍ଲେଖ ଥିବା ଜାଣିବାକୁ ପାଇଛି। ଯେଉଁଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଜ୍ୟୋତି ଡାଏରୀରେ ପାକିସ୍ତାନକୁ କ୍ରେଜି ଏବଂ […] The post ଜ୍ୟୋତି ମାଲହୋତ୍ରାଙ୍କ ଡାଏରୀରେ ପାକିସ୍ତାନ ଲିଙ୍କ… appeared first on Odisha.News.

ଜ୍ୟୋତି ମାଲହୋତ୍ରାଙ୍କ ଡାଏରୀରେ ପାକିସ୍ତାନ ଲିଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ NIA ଏବଂ IB ଅଧିକାରୀମାନେ ନିରନ୍ତର ପଚରାଉଚରା କରୁଛନ୍ତି। ଜ୍ୟୋତିଙ୍କ ପାକିସ୍ତାନ ଏବଂ ଚୀନ ଗସ୍ତ, ବିଶେଷକରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ତାଙ୍କ ଗସ୍ତ ତଦନ୍ତାଧୀନ ଅଛି।

ହରିୟାଣା ପୋଲିସ ତାଙ୍କ ଘରୁ ମିଳିଥିବା ଏକ ଡାଏରୀରେ ତାଙ୍କ ପାକିସ୍ତାନ ଗସ୍ତର ଉଲ୍ଲେଖ ଥିବା ଜାଣିବାକୁ ପାଇଛି। ଯେଉଁଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଜ୍ୟୋତି ଡାଏରୀରେ ପାକିସ୍ତାନକୁ କ୍ରେଜି ଏବଂ ରଙ୍ଗୀନ ବୋଲି ବର୍ଣ୍ଣନା କରିଛନ୍ତି, ଏବଂ ଏହି ଅଭିଜ୍ଞତାକୁ ବଖାଣିବାକୁ ଶବ୍ଦ ନଥିବା ” ବର୍ଣ୍ଣନା କରିଛନ୍ତି। ରିପୋର୍ଟ ଅନୁସାରେ, ପୋଲିସ ଜ୍ୟୋତିଙ୍କ ଡାଏରୀ ପାଇଛି, ଯେଉଁଥିରେ ତାଙ୍କ ପାକିସ୍ତାନ ଗସ୍ତ ବିଷୟରେ ଉଲ୍ଲେଖ ଅଛି। ଜ୍ୟୋତି ମାଲହୋତ୍ରା ଏଥିରେ ଲେଖିଛନ୍ତି, “ପାକିସ୍ତାନରେ ୧୦ ଦିନ ବିତାଇବା ପରେ ମୁଁ ମୋ ଦେଶକୁ ଫେରୁଛି। ପାକିସ୍ତାନର ଲୋକଙ୍କଠାରୁ ମୋତେ ବହୁତ ଭଲପାଇବା ମିଳିଛି। ଆମର ସବସ୍କ୍ରାଇବର୍ ଏବଂ ବନ୍ଧୁମାନେ ଆମକୁ ଭେଟିବାକୁ ଆସିଥିଲେ। ଲାହୋରରେ ଦୁଇ ଦିନ ବିତାଇବା ଯଥେଷ୍ଟ ସମୟ ନଥିଲା।”

ଜ୍ୟୋତି ଡାଏରୀରେ ପାକିସ୍ତାନକୁ ରଙ୍ଗୀନ ବୋଲି ବର୍ଣ୍ଣନା କରିଛନ୍ତି। ଆଉ ଏହି ଅଭିଜ୍ଞତାକୁ “ସବୁଠୁ ଖାସ୍” ବୋଲି ବର୍ଣ୍ଣନା କରିଛନ୍ତି।

The post ଜ୍ୟୋତି ମାଲହୋତ୍ରାଙ୍କ ଡାଏରୀରେ ପାକିସ୍ତାନ ଲିଙ୍କ… appeared first on Odisha.News.