ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର
ପାଟଣା,୧।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକବଡ ପାଟଣା ପଂଚାୟତ କୁଆପଶି ଗ୍ରାମର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଶନିବାର ସକାଳୁ ଜଣେ ୭୦ ବର୍ଷ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମର ନବକିଶୋର ମହାନ୍ତ। ନବ ସକାଳୁ ପୋଖରୀକୁ ଶୌଚ ହେବା ପାଇଁ ଆସି ଆଉ ଫେରି ନ ଥିଲେ। ଖବର ପାଇ ପାଟଣା ଥାନା ପକ୍ଷରୁ ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଘଟଣାସ୍ଥଳରେ […] The post ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.
ପାଟଣା,୧।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକବଡ ପାଟଣା ପଂଚାୟତ କୁଆପଶି ଗ୍ରାମର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଶନିବାର ସକାଳୁ ଜଣେ ୭୦ ବର୍ଷ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମର ନବକିଶୋର ମହାନ୍ତ। ନବ ସକାଳୁ ପୋଖରୀକୁ ଶୌଚ ହେବା ପାଇଁ ଆସି ଆଉ ଫେରି ନ ଥିଲେ।
ଖବର ପାଇ ପାଟଣା ଥାନା ପକ୍ଷରୁ ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନବଙ୍କ ପୁଅ ତାଙ୍କ ବାପାଙ୍କୁ ଜମିବାଡ଼ି ଗଣ୍ଡଗୋଳରୁ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦେଇଥିବାର ଅଭିଯୋଗ କରିବାରୁ ପୋଲିସ ଫରେନ୍ସିକ ଟିମ ଓ ଡ଼ଗ ସ୍କୁଆର୍ଡ ଡକାଇଥିବା ଥାନା ଅଧିକାରୀ ମହାକୁଡ଼ କହିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଖରୀରୁ ମୃତଦେହ ଉଦ୍ଧାର ହୋଇନାହିଁ।
The post ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.