ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ

ଛତ୍ରପୁର,୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧୀନ ବିଞ୍ଚଣାପଲ୍ଲୀ, ପାଳିବନ୍ଧ, ପୁରୁଣାବନ୍ଧ ଏବଂ କୁଣ୍ଡାପୁଟୁ ଆଦି ୪ ଗ୍ରାମର ଶତାଧିକ ଲୋକେ ଛତ୍ରପୁର ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଏବଂ ଗଞ୍ଜାମ ଜିଲା ଏସ୍‌ପିଙ୍କୁ ଭେଟି ଗୁରୁବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ଧରି ପାଳିବନ୍ଧ ପଞ୍ଚାୟତର ଲୋକମାନେ ବିଞ୍ଚଣାପଲ୍ଲୀ ଛକ ଦେଇ ଜାତୀୟ ରାଜପଥରେ ବାହାରି ସମସ୍ତ କାର୍ଯ୍ୟ ଯଥା ଶିକ୍ଷା, ଗମନାଗମନ, ବାଣିଜ୍ୟ […] The post ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ appeared first on Dharitri Odia News.

ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ

ଛତ୍ରପୁର,୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧୀନ ବିଞ୍ଚଣାପଲ୍ଲୀ, ପାଳିବନ୍ଧ, ପୁରୁଣାବନ୍ଧ ଏବଂ କୁଣ୍ଡାପୁଟୁ ଆଦି ୪ ଗ୍ରାମର ଶତାଧିକ ଲୋକେ ଛତ୍ରପୁର ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଏବଂ ଗଞ୍ଜାମ ଜିଲା ଏସ୍‌ପିଙ୍କୁ ଭେଟି ଗୁରୁବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ବର୍ଷ ଧରି ପାଳିବନ୍ଧ ପଞ୍ଚାୟତର ଲୋକମାନେ ବିଞ୍ଚଣାପଲ୍ଲୀ ଛକ ଦେଇ ଜାତୀୟ ରାଜପଥରେ ବାହାରି ସମସ୍ତ କାର୍ଯ୍ୟ ଯଥା ଶିକ୍ଷା, ଗମନାଗମନ, ବାଣିଜ୍ୟ କାରବାର କରିବାକୁ ସହରକୁ ଯାଉଥିଲେ l ହେଲେ କିଛିଦିନ ହେଲା ଗଞ୍ଜାମ ଥାନା ପକ୍ଷରୁ ଉକ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଫଳରେ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ୪ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷ ଆଗାମୀ ୧୫ଦିନ ମଧ୍ୟରେ ସମ୍ପୃକ୍ତ ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

 

The post ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ appeared first on Dharitri Odia News.