ରାସ୍ତା ବନ୍ଦ, ରେଲୱେ ଟ୍ରାକରେ ପ୍ରଦର୍ଶନକାରୀଙ୍କ ଧାରଣା...ପଞ୍ଜାବରେ ଚାଷୀ ଆନ୍ଦୋଳନର ପ୍ରଭାବ

ନୂଆଦିଲ୍ଲୀ: କୃଷକ ସଂଗଠନଗୁଡ଼ିକ ଦ୍ୱାରା ଦିଆଯାଇଥିବା ପଞ୍ଜାବ ବନ୍ଦ ଡାକରା ପ୍ରଭାବ ରାଜ୍ୟରେ ପଡ଼ିବା ଆରମ୍ଭ ହୋଇଛି । ଅନଶନରେ ବସିଥିବା ଚାଷୀ ନେତା ଜଗଜୀତ୍ ସିଂହ ଡଲ୍ଲେବାଲଙ୍କ ସମର୍ଥନରେ ଏହି ବନ୍ଦ ଡାକାର ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୫ ଦିନ ଧରି ଅନଶନରେ ବସିଥିବା ଚାଷୀ ନେତା ଡଲ୍ଲେବାଲ କୌଣସି ପ୍ରକାର ଚିକିତ୍ସା ସହାୟତା ନେବାକୁ ରାଜି ନୁହନ୍ତି । ଡଲ୍ଲେବାଲଙ୍କ ସମର୍ଥନରେ କିଷାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବ ବନ୍ଦ ଡାକରା ଦେଇଛି । ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଛି ।ସକାଳ ୭ଟାରୁ ହିଁ ପଞ୍ଜାବର ମୋହାଲିର ଏୟରୋସିଟି ରୋଡ୍ ମୁଖ୍ୟ ରାସ୍ତା ଏବଂ ରେଲୱେ ଲାଇନକୁ ଚାଷୀମାନେ ଅବରୋଧ କରିଛନ୍ତି । ଆନ୍ଦୋଳନରେ ଜରୁରୀକାଳିନ ସେବା ଏବଂ ଏୟାରପୋର୍ଟ ଯାଉଥିବା ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ଦିଆଯାଉଛି । ବନ୍ଦ ଯୋଗୁଁ ପଞ୍ଜାବରେ ଯାତାୟତ ପ୍ରଭାବିତ ହୋଇଛି । ରେଲୱେ ଟ୍ରାକରେ ଆନ୍ଦୋଳନରତ ଚାଷୀ ପ୍ରଦର୍ଶନ କରୁଛନ୍ତି । ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ବେଳେ ୧୬୩ ଟ୍ରେନକୁ ରଦ୍ଦ କରାଯାଇଛି । ପୂରା ପଞ୍ଜାବରେ ପ୍ରାୟ ୪ ଘଣ୍ଟା ପାଇଁ ସରକାରୀ ବସ ଚଳାଚଳ ବନ୍ଦ ରହିବ । ଚାଷୀଙ୍କ ଦାବିସବୁ ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟରେ କିଣିବା ପାଇଁ ଗ୍ୟାରେଣ୍ଟିସ୍ୱାମୀନାଥନ ଆୟୋଗ ଅନୁସାରେ ମୂଲ୍ୟ ପ୍ରଦାନଭୂମି ଅଧିଗ୍ରହଣ ଆଇନ ୨୦୧୩ ଲାଗୁ କ

ରାସ୍ତା ବନ୍ଦ, ରେଲୱେ ଟ୍ରାକରେ ପ୍ରଦର୍ଶନକାରୀଙ୍କ ଧାରଣା...ପଞ୍ଜାବରେ ଚାଷୀ ଆନ୍ଦୋଳନର ପ୍ରଭାବ

ନୂଆଦିଲ୍ଲୀ: କୃଷକ ସଂଗଠନଗୁଡ଼ିକ ଦ୍ୱାରା ଦିଆଯାଇଥିବା ପଞ୍ଜାବ ବନ୍ଦ ଡାକରା ପ୍ରଭାବ ରାଜ୍ୟରେ ପଡ଼ିବା ଆରମ୍ଭ ହୋଇଛି । ଅନଶନରେ ବସିଥିବା ଚାଷୀ ନେତା ଜଗଜୀତ୍ ସିଂହ ଡଲ୍ଲେବାଲଙ୍କ ସମର୍ଥନରେ ଏହି ବନ୍ଦ ଡାକାର ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୫ ଦିନ ଧରି ଅନଶନରେ ବସିଥିବା ଚାଷୀ ନେତା ଡଲ୍ଲେବାଲ କୌଣସି ପ୍ରକାର ଚିକିତ୍ସା ସହାୟତା ନେବାକୁ ରାଜି ନୁହନ୍ତି । ଡଲ୍ଲେବାଲଙ୍କ ସମର୍ଥନରେ କିଷାନ ମଜଦୂର ମୋର୍ଚ୍ଚା ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବ ବନ୍ଦ ଡାକରା ଦେଇଛି । ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଛି ।

ସକାଳ ୭ଟାରୁ ହିଁ ପଞ୍ଜାବର ମୋହାଲିର ଏୟରୋସିଟି ରୋଡ୍ ମୁଖ୍ୟ ରାସ୍ତା ଏବଂ ରେଲୱେ ଲାଇନକୁ ଚାଷୀମାନେ ଅବରୋଧ କରିଛନ୍ତି । ଆନ୍ଦୋଳନରେ ଜରୁରୀକାଳିନ ସେବା ଏବଂ ଏୟାରପୋର୍ଟ ଯାଉଥିବା ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ଦିଆଯାଉଛି । ବନ୍ଦ ଯୋଗୁଁ ପଞ୍ଜାବରେ ଯାତାୟତ ପ୍ରଭାବିତ ହୋଇଛି । ରେଲୱେ ଟ୍ରାକରେ ଆନ୍ଦୋଳନରତ ଚାଷୀ ପ୍ରଦର୍ଶନ କରୁଛନ୍ତି । ଅନେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ବେଳେ ୧୬୩ ଟ୍ରେନକୁ ରଦ୍ଦ କରାଯାଇଛି । ପୂରା ପଞ୍ଜାବରେ ପ୍ରାୟ ୪ ଘଣ୍ଟା ପାଇଁ ସରକାରୀ ବସ ଚଳାଚଳ ବନ୍ଦ ରହିବ । 

ଚାଷୀଙ୍କ ଦାବି

  1. ସବୁ ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟରେ କିଣିବା ପାଇଁ ଗ୍ୟାରେଣ୍ଟି
  2. ସ୍ୱାମୀନାଥନ ଆୟୋଗ ଅନୁସାରେ ମୂଲ୍ୟ ପ୍ରଦାନ
  3. ଭୂମି ଅଧିଗ୍ରହଣ ଆଇନ ୨୦୧୩ ଲାଗୁ କରିବା
  4. ଆନ୍ଦୋଳନରେ ସାମିଲ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର
  5. ଚାଷୀଙ୍କ ଋଣ ଛାଡ଼, ପେନସନ ପ୍ରଦାନ
  6. ଫସଲ ବୀମା ଯୋଜନାର ପ୍ରିମିୟମ ସରକାର ଦିଅନ୍ତୁ
  7. ମୃତ ଚାଷୀଙ୍କ ପରିଜନଙ୍କୁ ଚାକିରି
  8. ଲଖିମପୁର ଖେରି କାଣ୍ଡର ଦୋଷୀଙ୍କୁ ଦଣ୍ଡ ବିଧାନ
  9. ମନରେଗାରେ ୨୦୦ ଦିନର କାମ, ୭୦୦ ଟଙ୍କା ପାରିଶ୍ରମିକ
  10. ନକଲି ବିହନ ଏବଂ ସାର ବିରୋଧରେ କଠୋର ଆକ୍ସନ
  11. ଭୂମିହୀନ ଚାଷୀଙ୍କ ପିଲାଙ୍କୁ ରୋଜଗାର ପ୍ରଦାନ
  12. ମୁକ୍ତ ବାଣିଜ୍ୟ ବୁଝାମଣା ଉପରେ ପ୍ରତିବନ୍ଧକ ଲଗାଯାଉ