ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ମୋ’ ବସ୍
କଟକ,୨୮ା୬: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍କୁ ଅଟକାଇଥିଲେ। ଏହା ପରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ସୌଭାଗ୍ୟର କଥା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ର ଭିତରେ ଥିବା ସିଟ୍ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। The post ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ମୋ’ ବସ୍ appeared first on Dharitri Odia News.
କଟକ,୨୮ା୬: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍କୁ ଅଟକାଇଥିଲେ। ଏହା ପରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ସୌଭାଗ୍ୟର କଥା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ର ଭିତରେ ଥିବା ସିଟ୍ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
The post ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ମୋ’ ବସ୍ appeared first on Dharitri Odia News.