ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍‌ରେ କହିପାରୁନି ଘର ଠିକଣା

ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ବରଗଡ଼- ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖ ଏକ ଚା’ ଦୋକାନ ନିକଟରେ ବୁଲାବୁଲି କରୁଥିବା ସମୟରେ ଶିଶୁ ଉଦ୍ଧାର ହୋଇଛି। ଶିଶୁକୁ ପୋଲିସ ଉଦ୍ଧାର କରି ଆଣି ବରଗଡ଼ ସଦର ଥାନାରେ ରଖିଛି। ତେବେ ଶିଶୁ ଜଣକ ସମ୍ପୂର୍ଣ୍ଣ ପରିଚୟ ଦେଇପାରୁନାହିଁ। କେବଳ ବରଗଡ଼ ବୋଲି ଶିଶୁ କହୁଛି। ପୋଲିସ ଶିଶୁର ପରିଚୟ ଖୋଜୁଛି। ଉଦ୍ଧାର ଶିଶୁର […] The post ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍‌ରେ କହିପାରୁନି ଘର ଠିକଣା appeared first on Dharitri Odia News.

ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍‌ରେ କହିପାରୁନି ଘର ଠିକଣା

ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ଜଣେ ଶିଶୁପୁତ୍ରକୁ ଉଦ୍ଧାର କରିଛି। ବରଗଡ଼- ସୋହେଲା ରାସ୍ତାର ପଥର୍ଲା ରାଇସ୍‌ ମିଲ୍‌ ଛକ ପାଖ ଏକ ଚା’ ଦୋକାନ ନିକଟରେ ବୁଲାବୁଲି କରୁଥିବା ସମୟରେ ଶିଶୁ ଉଦ୍ଧାର ହୋଇଛି। ଶିଶୁକୁ ପୋଲିସ ଉଦ୍ଧାର କରି ଆଣି ବରଗଡ଼ ସଦର ଥାନାରେ ରଖିଛି।

ତେବେ ଶିଶୁ ଜଣକ ସମ୍ପୂର୍ଣ୍ଣ ପରିଚୟ ଦେଇପାରୁନାହିଁ। କେବଳ ବରଗଡ଼ ବୋଲି ଶିଶୁ କହୁଛି। ପୋଲିସ ଶିଶୁର ପରିଚୟ ଖୋଜୁଛି। ଉଦ୍ଧାର ଶିଶୁର ପରିଚୟ ଜାଣିଲେ ବରଗଡ଼ ସଦର ଥାନାକୁ ତୁରନ୍ତ ଜଣାଇବା ପାଇଁ ଅନୁରୋଧ କରାଯାଇଛି।

The post ରାସ୍ତାରୁ ଉଦ୍ଧାର ହେଲା ଶିଶୁପୁତ୍ର, ଠିକ୍‌ରେ କହିପାରୁନି ଘର ଠିକଣା appeared first on Dharitri Odia News.