OAS ଦେବ ପ୍ରସାଦଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର, ଦେଲେ ଏହି ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨୫ା୭: ଓଏଏସ୍‌ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି ସରକାର। ତେବେ ନିଲମ୍ବନ ଉଠିବା ପରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଶ୍ରୀ ଦାଶଙ୍କୁ ସେବାରେ ପୁନଃ ସ୍ଥାପିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ସେ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ୧୯୫୯ […] The post OAS ଦେବ ପ୍ରସାଦଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର, ଦେଲେ ଏହି ବଡ଼ ଦାୟିତ୍ୱ appeared first on Dharitri Odia News.

OAS ଦେବ ପ୍ରସାଦଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର, ଦେଲେ ଏହି ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨୫ା୭: ଓଏଏସ୍‌ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି ସରକାର।
ତେବେ ନିଲମ୍ବନ ଉଠିବା ପରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଶ୍ରୀ ଦାଶଙ୍କୁ ସେବାରେ ପୁନଃ ସ୍ଥାପିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ସେ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ୧୯୫୯ ପାଳନ କରିବେ।

ସୂଚନାଯୋଗ୍ୟ, ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ସରକାର ନିଲମ୍ବନ କରିଥିଲେ। ଶ୍ରୀ ଦାଶ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଯେତେବେଳେ ସେ ବିନା ବିଜ୍ଞପ୍ତିରେ ନିଲମ୍ବନର ସମ୍ମୁଖୀନ ହୋଇଥିଲେ। ରାଜ୍ୟ ଅମଲାତନ୍ତ୍ର ଏବଂ ଶାସନ ମଧ୍ୟରେ ଅସହିଷ୍ଣୁତା ତଥା ଅଣ-ଓଡ଼ିଆ ଅଧିକାରୀଙ୍କ ଅଯଥା ପ୍ରଭାବର ଶିକାର ହୋଇଥିବା ସେ କହିଛନ୍ତି। ଏଥିସହିତ ସେ କହିଛନ୍ତି, ତାଙ୍କ ଦଣ୍ଡ ଭିତ୍ତିହୀନ ଏବଂ କିଛି ଅଧିକାରୀଙ୍କ ସାଇକୋଫାନ୍ସର ଫଳାଫଳ, ଅନ୍ୟମାନେ ଅନୁମାନ କରୁଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ଅଂଶଗ୍ରହଣ ତାଙ୍କୁ ନିଲମ୍ବିତ କରିଛି।

The post OAS ଦେବ ପ୍ରସାଦଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର, ଦେଲେ ଏହି ବଡ଼ ଦାୟିତ୍ୱ appeared first on Dharitri Odia News.