ରାସ୍ତାରେ ଜଳିଗଲା ଟ୍ରକ୍‌-କଣ୍ଟେନର; ଡ୍ରାଇଭର ଜୀବନ୍ତ ଦଗ୍ଧ

କଣ୍ଟେନର ଚାଳକ ରେହେମାନ ଖାନା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଳାସୀ ଗୁରୁତର ଆହତ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରାସ୍ତାରେ ଜଳିଗଲା ଟ୍ରକ୍‌-କଣ୍ଟେନର; ଡ୍ରାଇଭର ଜୀବନ୍ତ ଦଗ୍ଧ

ଟ୍ରକ୍‌-କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟର କଦଳୀପାଳ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଣ୍ଟେନର ଚାଳକ ରେହେମାନ ଖାନା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଳାସୀ ଗୁରୁତର ଆହତ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 

ଆଜି ସନ୍ଧ୍ୟା ପ୍ରାୟ ସାମେ ୭ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ରାସ୍ତାରେ ଟ୍ରକ୍‌ ଓ କଣ୍ଟେନର ଜଳୁଥିବାରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ଦୀର୍ଘ ସମୟ ପାଇଁ ଅଟକି ରହିଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ ଟ୍ରକ୍‌ ଚାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ। ଏବେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା