ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ସଂରକ୍ଷଣ ସୀମା ହଟାଇବାକୁ ଚ୍ୟାଲେଞ୍ଜ, ଜାଣନ୍ତୁ କହିଲେ କ’ଣ?
ଆଦିଲାବାଦ ୫।୫: ଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ପାର୍ଟିମାନଙ୍କର ଷ୍ଟାର ପ୍ରଚାରକ ବିଭିନ୍ନ ସ୍ଥାନରେ ରାଲି ଓ ଜନସଭା କରୁଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଇଟାୱାରୁ କଂଗ୍ରେସ ଉପରେ ବର୍ଷିଥିବା ବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତେଲେଙ୍ଗାନାର ଆଦିଲାବାଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରିଜର୍ଭେସନର ଅଧିକତମ ସୀମା ୫୦ ପ୍ରତିଶତରୁ ଅଧିକ ବଢାଇବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। କହିଛନ୍ତି ଦେଶରେ କଂଗ୍ରେସ ମେଣ୍ଟର ସରକାର ହେଲେ ଏହି ସୀମାକୁ ସମାପ୍ତ କରି ଦିଆଯିବ। #WATCH | Addressing a public rally in Nagarkurnool, Congress leader Rahul Gandhi says, "BJP wants to finish reservation... They have always been against reservation. Their senior leaders say that reservation should be ended. RSS top leader said reservation should be done with." pic.twitter.com/88htH67jx0— ANI (@ANI) May 5, 2024ତେଲେଙ୍ଗାନା ଆଦିଲାବାଦ ଲୋକସଭା ନିର୍ବାଚନ ମଣ୍ଡଳିର ନିର୍ମଳରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରିଜର୍ଭେସନର ବିରୋଧୀ ଓ ସେ ଏହାକୁ ଦେଶରୁ ସମାପ୍ତ କରିଦେବାକୁ ଚାହୁଁଛନ୍ତି। ରାହୁଲ କହିଛନ୍ତ
ଆଦିଲାବାଦ ୫।୫: ଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ପାର୍ଟିମାନଙ୍କର ଷ୍ଟାର ପ୍ରଚାରକ ବିଭିନ୍ନ ସ୍ଥାନରେ ରାଲି ଓ ଜନସଭା କରୁଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଇଟାୱାରୁ କଂଗ୍ରେସ ଉପରେ ବର୍ଷିଥିବା ବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତେଲେଙ୍ଗାନାର ଆଦିଲାବାଦରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରିଜର୍ଭେସନର ଅଧିକତମ ସୀମା ୫୦ ପ୍ରତିଶତରୁ ଅଧିକ ବଢାଇବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। କହିଛନ୍ତି ଦେଶରେ କଂଗ୍ରେସ ମେଣ୍ଟର ସରକାର ହେଲେ ଏହି ସୀମାକୁ ସମାପ୍ତ କରି ଦିଆଯିବ।
#WATCH | Addressing a public rally in Nagarkurnool, Congress leader Rahul Gandhi says, "BJP wants to finish reservation... They have always been against reservation. Their senior leaders say that reservation should be ended. RSS top leader said reservation should be done with." pic.twitter.com/88htH67jx0— ANI (@ANI) May 5, 2024
ତେଲେଙ୍ଗାନା ଆଦିଲାବାଦ ଲୋକସଭା ନିର୍ବାଚନ ମଣ୍ଡଳିର ନିର୍ମଳରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରିଜର୍ଭେସନର ବିରୋଧୀ ଓ ସେ ଏହାକୁ ଦେଶରୁ ସମାପ୍ତ କରିଦେବାକୁ ଚାହୁଁଛନ୍ତି। ରାହୁଲ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦେଶକୁ ଏହି ପ୍ରତିଶ୍ରୁତି ଦେବା ଉଚିତ କି ସେ ୫୦ ପ୍ରତିଶତ ସୀମା ହଟାଇ ଦେବେ, କାରଣ କଂଗ୍ରେସ ଏହା କରିବ। ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ କୌଣସି ସଭାରେ କହି ନାହାନ୍ତି ଯେ ସେ ରିଜର୍ଭେସନ ପାଇଁ ଥିବା ସୀମାକୁ ସମାପ୍ତ କରିବେ।

ରାହୁଲ କହିଛନ୍ତି ଯେ ରିଜର୍ଭେସନ ଏବେ ଦେଶର ସବୁଠୁ ବଡ଼ ପ୍ରସଙ୍ଗ। କଂଗ୍ରେସ ପାର୍ଟି ନିଜ ଘୋଷଣାପତ୍ରରେ ଓବିସି, ଦଳିତ ଓ ଜନଜାତି ଲୋକଙ୍କୁ ନ୍ୟାୟର ପ୍ରତିଶ୍ରୁତି ଦେଇଛି। ରାହୁଲ କହିଛନ୍ତି ଯେ ବିଜେପି ଓ ପ୍ରଧାନମନ୍ତ୍ରୀ ସମ୍ବିଧାନରେ ଗରିବଙ୍କୁ ମିଳିଥିବା ଅଧିକାର ଛଡେଇବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ବିଜେପି ନେତାମାନେ କହୁଛନ୍ତି ଦଳ ପୁଣି ଥରେ କ୍ଷମତାକୁ ଫେରିଲେ ସମ୍ବିଧାନକୁ ବଦଳାଇ ଦିଆଯିବ। ଯଦି ସମ୍ବିଧାନ ବଦଳିଯିବ ତେବେ ରିଜର୍ଭେସନ ମଧ୍ୟ ଦେଶରେ ସମାପ୍ତ ହୋଇଯିବ।