Adhara Pana 2025: ରଥରେ କାହିଁକି ହୁଏ ଅଧରପଣା ନୀତି, କେତେ ଜଣ ପାର୍ଶ୍ୱଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଏହା ହୋଇଥାଏ?
ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନିକ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ।