ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ମୁମ୍ବାଇ,୨୦।୧: ମହାରାଷ୍ଟ୍ର ଥାନେର ଏକ ଅତାଲତ ଖବରଦାତା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ବୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଛି। ତେବେ ଦାଖଲ ହୋଇଥିବା ନାଗରିକ ମାନହାନି ମାମଲାରେ ଲିଖିତ ବିବୃତ୍ତି ଦାଖଲ କରିବାରେ ବିଳମ୍ବ ହେତୁ ଶୁକ୍ରବାର କଂଗ୍ରେସ ନେତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଲିଖିତ ବିବୃତ୍ତି ଦାଖଲ କରିବାରେ […] The post ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ appeared first on Dharitri Odia News.

ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ମୁମ୍ବାଇ,୨୦।୧: ମହାରାଷ୍ଟ୍ର ଥାନେର ଏକ ଅତାଲତ ଖବରଦାତା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ବୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଛି। ତେବେ ଦାଖଲ ହୋଇଥିବା ନାଗରିକ ମାନହାନି ମାମଲାରେ ଲିଖିତ ବିବୃତ୍ତି ଦାଖଲ କରିବାରେ ବିଳମ୍ବ ହେତୁ ଶୁକ୍ରବାର କଂଗ୍ରେସ ନେତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଲିଖିତ ବିବୃତ୍ତି ଦାଖଲ କରିବାରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ୮୮୧ ଦିନ ବିଳମ୍ବ ହୋଇଥିଲା ଏବଂ ତାଙ୍କ ଓକିଲ ନାରାୟଣ ଆୟର ଏହି ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରି ଏକ ଆବେଦନ କରିଥିଲେ।

ଆଡଭୋକେଟ ନାରାୟଣ ଆୟର ଯୁକ୍ତି କରିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ଦିଲ୍ଲୀରେ ରୁହନ୍ତି ଏବଂ ଏମ୍‌ପି ହୋଇଥିବାରୁ ତାଙ୍କୁ ଯାତ୍ରା କରିବାକୁ ପଡେ। ଯେଉଁଥିପାଇଁ ବିବୃତ୍ତି ଦାଖଲ କରିବାରେ ବିଳମ୍ବ ହୋଇଥିଲା। ଆୟର ପିଟିଆଇକୁ କହିଛନ୍ତି ଯେ, ମାଜିଷ୍ଟ୍ରେଟ କୋର୍ଟ କ୍ଷମା ପ୍ରାର୍ଥନା ଅନୁରୋଧ ଗ୍ରହଣ କରିଛନ୍ତି ଏବଂ ଲିଖିତ ବିବୃତ୍ତି ଗ୍ରହଣ କରିଛନ୍ତି, ହେଲେ ୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ମାନହାନି ମାମଲା ଆରଏସଏସ କର୍ମୀଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ ହେବ।

The post ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ appeared first on Dharitri Odia News.