ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଚାହୁଁଛନ୍ତି ମୋ’ ଭାଇ ରାହୁଲ ବିବାହ କରନ୍ତୁ, ଖୁସି ହୁଅନ୍ତୁ ଏବଂ ପିଲାର ବାପା ହୁଅନ୍ତୁ। ପ୍ରିୟଙ୍କା କ୍ରମାଗତ ଭାବରେ ରାଏବରେଲି ଏବଂ ଆମେଠିରେ ନିର୍ବାଚନ ସମାବେଶ କରୁଛନ୍ତି। ରାହୁଲ ଗାନ୍ଧୀ ରାଏବରେଲିରୁ  ପ୍ରତିଦ୍ୱନ୍ଦ୍ୱିତା କରୁଥିବା […] The post ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ… appeared first on Dharitri Odia News.

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଚାହୁଁଛନ୍ତି ମୋ’ ଭାଇ ରାହୁଲ ବିବାହ କରନ୍ତୁ, ଖୁସି ହୁଅନ୍ତୁ ଏବଂ ପିଲାର ବାପା ହୁଅନ୍ତୁ। ପ୍ରିୟଙ୍କା କ୍ରମାଗତ ଭାବରେ ରାଏବରେଲି ଏବଂ ଆମେଠିରେ ନିର୍ବାଚନ ସମାବେଶ କରୁଛନ୍ତି। ରାହୁଲ ଗାନ୍ଧୀ ରାଏବରେଲିରୁ  ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କିଶୋରୀ ଲାଲ ଶର୍ମାଙ୍କୁ ଆମେଠିରୁ ପ୍ରାର୍ଥୀ କରିଛି।

Want him to be happy, married, have kids': Priyanka Gandhi Vadra's 'wish' for brother Rahul Gandhi | Latest News India - Hindustan Times

ପ୍ରିୟଙ୍କା କହିଛନ୍ତି, ‘ଭଉଣୀ ଭାବରେ ମୁଁ ଚାହୁଁଛି ମୋ ଭାଇ ଜଣେ ଖୁସି ବ୍ୟକ୍ତି ହୁଅନ୍ତୁ। ମୁଁ ତାଙ୍କ ବିବାହ କରାଇବାକୁ ଚାହୁଁଛି ଏବଂ ସନ୍ତାନ ପ୍ରାପ୍ତି କରିବାକୁ ଚାହୁଁଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ, ରାହୁଲଙ୍କୁ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ ଆଲାଇନ୍ସ’ର ମୁଖ୍ୟ କରାଗଲେ ସେ ଖୁସି ହେବେ କି? ତେବେ ଏହା ଉପରେ ନିଷ୍ପତ୍ତି ଭାରତୀୟ ସହଯୋଗୀ ଦଳ ଗ୍ରହଣ କରିବ। ତେବେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କୌଣସି କଥା ଉପସ୍ଥାପନ କରିବାକୁ ଏପର୍ଯ୍ୟନ୍ତ ଇଣ୍ଡିଆ ମିଳିତ ମେଣ୍ଟ ମନା କରିଦେଇଛି।

It's their personal choice': Congress on Rahul, Priyanka Gandhi contesting from Amethi, Rae Bareli - BusinessToday

ବାସ୍ତବରେ ଏହା ପୂର୍ବରୁ ଆଶା କରାଯାଉଥିଲା ପ୍ରିୟଙ୍କା ଏଥର ଆମେଠି କିମ୍ବା ରାଏବରେଲିରୁ ନିର୍ବାଚନ ଲଢ଼ିବେ। କିନ୍ତୁ ତାହା ହେଲା ନାହିଁ। ଦୀର୍ଘ ଦିନ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆସନ ଥିବା ରାଏବରେଲିରୁ ରାହୁଲଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଫେବୃଆରୀରେ ରାଜ୍ୟ ସଭା ଯିବା ପରେ ସୋନିଆ କହିଥିଲେ ଯେ, ସେ ଆଉ ରାଏବରେଲିରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଆମେଠିରେ ସ୍ମୃତି ଇରାନୀଙ୍କ ବିରୋଧରେ ଗାନ୍ଧୀ ପରିବାରର ବିଶ୍ୱସ୍ତ କେ.ଏଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

Suspense continues over Rahul, Priyanka's candidatures from Raebareli and Amethi; final decision today | Northeast Live

ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ତିନି ମାସ ଧରି ତାଙ୍କ ଦ୍ୱାରା କରାଯାଇଥିବା ନିର୍ବାଚନ ପ୍ରଚାରକୁ ବିରୋଧ କରୁଛନ୍ତି ଏବଂ ସତ୍ୟ ଏହା ହେଉଛି ଯେ, ବର୍ତ୍ତମାନ ତାଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି। ତାଙ୍କ ଭାଇ ତଥା ପୂର୍ବତନ କଂଗ୍ରେସ ସଭାପତି ତଥା ରାଏବରେଲି ଆସନରୁ ଦଳର ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରିୟଙ୍କା ଭାଜପା ସରକାରଙ୍କ ବିରୋଧରେ ବର୍ଷିଥିଲେ।

The post ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ… appeared first on Dharitri Odia News.