ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ…

ନୂଆଦିଲ୍ଲୀ,୭।୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ସାମ୍ପ୍ରତିକ ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାର ତାଙ୍କ ପିତାଙ୍କୁ କୌଣସି ପଦବୀ ଦାନରେ ଦେଇ ନାହାନ୍ତି। ଏହାକୁ ମୋ ବାପା ଅର୍ଜନ କରିଥିଲେ ଏବଂ ଏଥିପାଇଁ ଯୋଗ୍ୟ ହୋଇଥିଲେ। ବାସ୍ତବରେ, ଗୋଟିଏ ଦିନ ପୂର୍ବରୁ ମଧ୍ୟ ଶର୍ମିଷ୍ଠା କଂଗ୍ରେସକୁ ପରାମର୍ଶ ଦେଇଥିଲେ ସମୟ ଆସିଛି ନେତୃତ୍ୱ ପାଇଁ କଂଗ୍ରେସ ଦଳ ଗାନ୍ଧୀ-ନେହେରୁ ପରିବାର […] The post ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ… appeared first on Dharitri Odia News.

ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ…

ନୂଆଦିଲ୍ଲୀ,୭।୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ସାମ୍ପ୍ରତିକ ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାର ତାଙ୍କ ପିତାଙ୍କୁ କୌଣସି ପଦବୀ ଦାନରେ ଦେଇ ନାହାନ୍ତି। ଏହାକୁ ମୋ ବାପା ଅର୍ଜନ କରିଥିଲେ ଏବଂ ଏଥିପାଇଁ ଯୋଗ୍ୟ ହୋଇଥିଲେ।
ବାସ୍ତବରେ, ଗୋଟିଏ ଦିନ ପୂର୍ବରୁ ମଧ୍ୟ ଶର୍ମିଷ୍ଠା କଂଗ୍ରେସକୁ ପରାମର୍ଶ ଦେଇଥିଲେ ସମୟ ଆସିଛି ନେତୃତ୍ୱ ପାଇଁ କଂଗ୍ରେସ ଦଳ ଗାନ୍ଧୀ-ନେହେରୁ ପରିବାର ବାହାରେ ଦୃଷ୍ଟି ଦେବା ଉଚିତ। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଥିଲା।

ଗାନ୍ଧୀ ପରିବାରର ଲୋକମାନେ ରାଜ ପରିବାରଙ୍କ ପରି, ନିଜର ଚାରି ପିଢ଼ି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆଶା କରୁଛନ୍ତି। କଂଗ୍ରେସ ନେତାଙ୍କୁ କଡ଼ା ସମାଲୋଚନା କରି ସେ ପଚାରିଛନ୍ତି ବର୍ତ୍ତମାନର କଂଗ୍ରେସ ଦଳର ଆଦର୍ଶ କ’ଣ? ନିର୍ବାଚନ ପୂର୍ବରୁ ଜଣେ ଶିବ ଭକ୍ତ ହେବା? ଏହାର ଉତ୍ତର ଦଳକୁ ଦେବାକୁ ପଡ଼ିବ।

ଦଳରେ ଗଣତନ୍ତ୍ରର ପୁନର୍ରୁଦ୍ଧାର, ସଦସ୍ୟତା ଅଭିଯାନ, ଦଳ ମଧ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ପ୍ରତ୍ୟେକ ସ୍ତରରେ ତୃଣମୂଳ ସ୍ତରର କର୍ମୀଙ୍କୁ ଜଡିତ କରିବାର ଆବଶ୍ୟକତା ରହିଛି।

ରାହୁଲ ଗାନ୍ଧୀଙ୍କୁ ବାଖ୍ୟା କରିବା ମୋର କାମ ନୁହେଁ। ଜଣେ ବ୍ୟକ୍ତିଙ୍କୁ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ। ଯଦି କେହି ମୋତେ ମୋ ବାପାଙ୍କୁ ବ୍ୟାଖ୍ୟା କରିବାକୁ କୁହନ୍ତି, ମୁଁ ମୋ ବାପାଙ୍କ ସମ୍ପର୍କରେ ମଧ୍ୟ କହି ପାରିବି ନାହିଁ। ନେତୃତ୍ୱ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ନେତା କହିଛନ୍ତି ଦଳର ନେତାମାନଙ୍କୁ ଏହାର ଉତ୍ତର ଦେବାକୁ ପଡିବ।

ସେ କହିଥିଲେ ଯେ କଂଗ୍ରେସ ମନେ ରଖିବାକୁ ହେବ ରାହୁଲ ଗାନ୍ଧୀ ୨୦୧୪ ଏବଂ ୨୦୧୯ ବର୍ଷରେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି। ସେ କଂଗ୍ରେସର ଚେହେରା ଥିଲେ। ଦୁଇଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଯଦି କୌଣସି ଦଳ ଏକ ନିର୍ଦ୍ଦିଷ୍ଟ ନେତାଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ହାରିଯାଉଛି, ତେବେ ଏହା ବିଷୟରେ ଚିନ୍ତା କରିବା ଜରୁରୀ ଅଟେ। କଂଗ୍ରେସ ଭାବିବା ଉଚିତ ଦଳର ମୁଖ କିଏ ହେବା ଉଚିତ।

ଗଣତନ୍ତ୍ରରେ ଭିନ୍ନ ଭିନ୍ନ ମତ ଅଛି, ଆପଣ ହୁଏତ ସେମାନଙ୍କ ଆଦର୍ଶରେ ସହମତ ହୋଇପାରନ୍ତି ନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ଆଦର୍ଶର ଅସ୍ତିତ୍ୱ ଭୁଲ ଅଟେ। ତେଣୁ ସଂଳାପ କରିବା ଆବଶ୍ୟକ। ଯେତେବେଳେ ମୋ ବାପା ସକ୍ରିୟ ରାଜନୀତିରେ ଥିଲେ, ସଂସଦରେ ଅବରୋଧ ସମୟରେ ଅନ୍ୟ ଦଳର ସଦସ୍ୟଙ୍କ ସହ ଆଲୋଚନା କରିବାର କାରଣ ହେତୁ ତାଙ୍କୁ ଏକ ସହମତି ଭିତ୍ତିରେ ବିବେଚନା କରାଯାଉଥିଲା। ଗଣତନ୍ତ୍ର କେବଳ କହିବା ଅର୍ଥ ନୁହେଁ, ଅନ୍ୟମାନଙ୍କ କଥା ଶୁଣିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଆଦର୍ଶ ଥିଲା ଗଣତନ୍ତ୍ରରେ କଥାବାର୍ତ୍ତା ହେବା ଉଚିତ।

The post ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ… appeared first on Dharitri Odia News.