ରାହୁଲ ଦ୍ରାବିଡ୍ ଖୋଲିଲେ ରୋହିତ୍ ଓ କୋହଲିଙ୍କ ରାଜ୍; ସୁପରଷ୍ଟାର ସିନିୟରଙ୍କୁ ସମ୍ଭାଳିବା ମୁସ୍କିଲ ନୁହେଁ
ମୁମ୍ବାଇ: ୨୦୨୪ ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡ୍ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ପଦରୁ ହଟିଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ରାହୁଲ ଡ୍ରାବିଡ୍ କୋଚ୍ ପଦ ଛାଡ଼ିବା ପରେ ଟିମ୍ ଇଣ୍ଡିଆର କିଛି ଷ୍ଟାର ଖେଳାଳିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ଅଧିନାୟକ ରୋହିତ୍ ଶର୍ମା, ବିରାଟ କୋହଲି ସମେତ ଅନ୍ୟ ଷ୍ଟାର ଖେଳାଳିଙ୍କ ବାବଦରେ ମିଡିଆ ସାମ୍ନାରେ ମତ ରଖିଛନ୍ତି । ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ଖେଳାଳିଙ୍କ ଅହଂ ଭାବକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ଟିମର ସୁପରଷ୍ଟାର ଖେଳାଳିଙ୍କୁ ସମ୍ଭାଳିବା ମୁସ୍କିଲ । ଟିମ ସଫଳତାର ପୂରା କ୍ରେଡିଟ ମୁଁ ନିଜେ ନେଇ ପାରିବି ନାହିଁ । ବରିଷ୍ଠ ଖେଳାଳିଙ୍କ ସହଯୋଗରେ ଟିମ୍ ଆଗକୁ ବଢ଼ିଥାଏ । ଆଉ ଏହାର ନେତୃତ୍ବ ନେଇଥାନ୍ତି ଅଧିନାୟକ । ରୋହିତ୍ ଶର୍ମାଙ୍କ କାର୍ଯ୍ୟ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ । ସେ ନିହାତି ପ୍ରଶଂସା ଯୋଗ୍ୟ ଅଧିନାୟକ । ରାହୁଲ ଦ୍ରାବିଡ୍ କହିଛନ୍ତି, ରୋହିତ୍ ଶର୍ମାଙ୍କ ସହିତ ସେ ଅଢ଼େଇ ବର୍ଷ କାମ କରିଛନ୍ତି । ଦଳକୁ ନେତୃତ୍ବ ନେବାରେ ତାଙ୍କ ଠାରୁ ଭଲ ଅଧିନାୟକ କେହିନାହାନ୍ତି । ଟିମର ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କୁ ଠାରୁ ଶିଖିବାକୁ ଚେଷ୍ଟା କରିଥାନ୍ତି । ଏହା ଖେଳରେ ବହୁତ ତଫାତ୍ ପକାଇଥାଏ । ଖେଳାଳିଙ୍କ ଇଗୋକୁ ନେଇ ରାହୁଲ ଦ୍ରାବିଡ୍ ଆ
ମୁମ୍ବାଇ: ୨୦୨୪ ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡ୍ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ପଦରୁ ହଟିଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ରାହୁଲ ଡ୍ରାବିଡ୍ କୋଚ୍ ପଦ ଛାଡ଼ିବା ପରେ ଟିମ୍ ଇଣ୍ଡିଆର କିଛି ଷ୍ଟାର ଖେଳାଳିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ଅଧିନାୟକ ରୋହିତ୍ ଶର୍ମା, ବିରାଟ କୋହଲି ସମେତ ଅନ୍ୟ ଷ୍ଟାର ଖେଳାଳିଙ୍କ ବାବଦରେ ମିଡିଆ ସାମ୍ନାରେ ମତ ରଖିଛନ୍ତି ।
ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ଖେଳାଳିଙ୍କ ଅହଂ ଭାବକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତୀୟ ଟିମର ସୁପରଷ୍ଟାର ଖେଳାଳିଙ୍କୁ ସମ୍ଭାଳିବା ମୁସ୍କିଲ । ଟିମ ସଫଳତାର ପୂରା କ୍ରେଡିଟ ମୁଁ ନିଜେ ନେଇ ପାରିବି ନାହିଁ । ବରିଷ୍ଠ ଖେଳାଳିଙ୍କ ସହଯୋଗରେ ଟିମ୍ ଆଗକୁ ବଢ଼ିଥାଏ । ଆଉ ଏହାର ନେତୃତ୍ବ ନେଇଥାନ୍ତି ଅଧିନାୟକ । ରୋହିତ୍ ଶର୍ମାଙ୍କ କାର୍ଯ୍ୟ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ । ସେ ନିହାତି ପ୍ରଶଂସା ଯୋଗ୍ୟ ଅଧିନାୟକ । ରାହୁଲ ଦ୍ରାବିଡ୍ କହିଛନ୍ତି, ରୋହିତ୍ ଶର୍ମାଙ୍କ ସହିତ ସେ ଅଢ଼େଇ ବର୍ଷ କାମ କରିଛନ୍ତି । ଦଳକୁ ନେତୃତ୍ବ ନେବାରେ ତାଙ୍କ ଠାରୁ ଭଲ ଅଧିନାୟକ କେହିନାହାନ୍ତି । ଟିମର ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କୁ ଠାରୁ ଶିଖିବାକୁ ଚେଷ୍ଟା କରିଥାନ୍ତି । ଏହା ଖେଳରେ ବହୁତ ତଫାତ୍ ପକାଇଥାଏ ।
ଖେଳାଳିଙ୍କ ଇଗୋକୁ ନେଇ ରାହୁଲ ଦ୍ରାବିଡ୍ ଆହୁରି ଅନେକ କିଛି କହିଛନ୍ତି । ସିନିୟର ଖେଳାଳି ଯଥା, ବିରାଟ କୋହଲି କିମ୍ବା ଯଶପ୍ରୀତ୍ ବୁମରା କିମ୍ବା ଟେଷ୍ଟ କ୍ରିକେଟର ରବି ଚନ୍ଦ୍ରନ ଅଶ୍ବିନୀ ହୁଅନ୍ତୁ, ଏମାନଙ୍କୁ କିଛି ବୁଝେଇବାକୁ ପଡ଼େ ନାହିଁ । ବେଳେ ବେଳେ ଏପରି ମନେ ହୁଏ କି ବଡ଼ ଖେଳାଳିଙ୍କୁ ସମ୍ଭାଳିବା ବହୁତ ମୁସ୍କିଲ । ଏମାନକୁ ଲୋକେ ଫଲୋ କରିଥାନ୍ତି । ମାତ୍ର ଏପରି ଭବନା ସବୁ ତାଙ୍କ ପକ୍ଷେ ଓଲଟା ହୋଇଥାଏ ବୋଲି ରାହୁଲ ଦ୍ରାବିଡ୍ କହିଛନ୍ତି । ସିନିୟର ଖେଳାଳିମାନେ ନିଜ କାମକୁ ନେଇ କୋଚଙ୍କ ସାମ୍ନାରେ ବିନମ୍ର ରହିଥାନ୍ତି । ତେଣୁ ସେମାନେ ବଡ଼ କ୍ରିକେଟରେ ହୋଇପାରିଛନ୍ତି । ବଡ଼ ଖେଳାଳିଙ୍କ ଖେଳ ଶୈଳୀ ଅନ୍ୟମାନଙ୍କ ଠାରୁ ଅଲଗା । ଆବଶ୍ୟକତା ଏହଂ ମ୍ୟାଚର ସ୍ଥିତିକୁ ନେଇ ପଡ଼ିଆରେ ନିଜ ଖେଳ ପରିବର୍ତ୍ତନ କରିଥାନ୍ତି । ବେଳେ ବେଳେ ଓ୍ବାର୍କ ଲୋଡ୍ ବୁଝିବାକୁ ପଡ଼ିଥାଏ । ରାହୁଲ ଦ୍ରାବିଡ୍ କହିଛନ୍ତି, ଟିମ୍ ଇଣ୍ଡିଆର ଅଧିନାୟକ ତଥା ଅନ୍ୟ ସିନିୟର ଖେଳାଳିଙ୍କ ସହିତ କାର୍ଯ୍ୟ କରିବାକୁ ଭଲ ଲାଗିଥାଏ । ଡ୍ରେସିଂ ରୁମରେ ଏମାନେ ଏକ ସନ୍ତୁଳିତ ମାହୋଲ ରଖିଥାନ୍ତି । ତେଣୁ ଟିମ୍ ଇଣ୍ଡିଆର ସଫଳତାର ସବୁ କ୍ରେଡିଟ୍ ଅଧିନାୟକ ଏବଂ ଅନ୍ୟ ସିନିୟର ଖେଳାଳିଙ୍କୁ ଯାଇଥାଏ ବୋଲି ଦ୍ରବିଡ୍ କହିଛନ୍ତି ...