ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ବାକି ଅଛି। ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ଏପ୍ରିଲରୁ ଆରମ୍ଭ ହୋଇ ୧ଜୁନ ରେ ଶେଷ ହେବ ଏବଂ ଫଳାଫଳ ସମସ୍ତଙ୍କ ପାଇଁ ୪ ଜୁନ ରେ ପ୍ରକାଶ ପାଇବ। ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ ବିଶେଷ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ ନିର୍ବାଚନ ସମୟରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗ […] The post ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ appeared first on Dharitri Odia News.

ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ବାକି ଅଛି। ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ଏପ୍ରିଲରୁ ଆରମ୍ଭ ହୋଇ ୧ଜୁନ ରେ ଶେଷ ହେବ ଏବଂ ଫଳାଫଳ ସମସ୍ତଙ୍କ ପାଇଁ ୪ ଜୁନ ରେ ପ୍ରକାଶ ପାଇବ। ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ ବିଶେଷ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ ନିର୍ବାଚନ ସମୟରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗ ଏବଂ ନିର୍ବାଚନର ଫଳାଫଳ ବିଷୟରେ କଥା ହୋଇଥିଲେ।

ଲାଲୁ ଯାଦବ ଏବଂ ତେଜସ୍ବୀ ଯାଦବଙ୍କୁ ଜେଲକୁ ପଠାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ସେମାନେ କେଉଁ ପୋଲିସ। ଯଦି ଆମ ସରକାର ଆସନ୍ତି ତେବେ ଆମେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ୪୦୦ଅତିକ୍ରମ କରିବାର ଏନଡିଏ ସ୍ଲୋଗାନରେ ସେ କହିଛନ୍ତି ଯେ ଆମର ସ୍ଲୋଗାନ ଦେଶର ଲୋକଙ୍କ ସହ ଅଛି। ଆଜି ଲୋକମାନେ କହୁଛନ୍ତି, ଆମେ ରୋଜଗାର, ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା, କୃଷକଙ୍କ ଉନ୍ନତି ଚାହୁଁଛୁ। କେବଳ କଂଗ୍ରେସ ଦାରିଦ୍ର୍ୟ ଦୂର କରିବ। ଆମେ ମୋଦିଙ୍କ ବିରୋଧରେ ଲଢୁଛୁ।
ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପଚରାଯାଇଥିଲା ଯେ ଯଦି ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ପାଆନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ଚେହେରା କିଏ ହେବ। ଏହା ଉପରେ ସେ କହିଛନ୍ତି ଯେ ନିର୍ବାଚନ ପରେ ମିଳିତ ମଞ୍ଚର ଲୋକମାନେ ଏକାଠି ବସି ନିଷ୍ପତ୍ତି ନେବେ। ଏଥି ସହିତ ସେ ରାହୁଲ ଗାନ୍ଧୀଙ୍କ ନାମକୁ ନେଇ ନୀରବତା ବଜାୟ ରଖିଥିଲେ।

The post ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ appeared first on Dharitri Odia News.