ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର

ଇମ୍ଫାଲ,୧୦।୧: ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି। ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଅନୁମତି ଦେଇନାହାନ୍ତି। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବାକୁ ଯାଉଛି। […] The post ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର appeared first on Dharitri Odia News.

ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର

ଇମ୍ଫାଲ,୧୦।୧: ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି।
ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଅନୁମତି ଦେଇନାହାନ୍ତି।
ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୬,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଏହି ଯାତ୍ରା ୧୫ଟି ରାଜ୍ୟ ଦେଇ ମୁମ୍ବାଇରେ ଶେଷ ହେବ। କଂଗ୍ରେସ କହିଛି ଯେ, ଏହା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ।
ସୂଚନାଯୋଗ୍ୟ, ଗତ ବର୍ଷ ମେ ମାସରୁ ମଣିପୁର ଜାତି ହିଂସାର ଶିକାର ହୋଇଛି, ଯେଉଁଥିରେ ୧୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

The post ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେ ମଣିପୁର ସରକାର appeared first on Dharitri Odia News.