କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କେନ୍ଦୁଝର,୧୧।୧୧(ନରେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ସଦର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୧୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ସରପଞ୍ଚ ଲିଖିତ ଭାବେ ଅନସ୍ଥା ଆଣି ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଦୀର୍ଘ ଅଢେଇ ବର୍ଷ ଅତିକ୍ରାନ୍ତ କରିଥିବା ସତ୍ତ୍ୱେ ବିଭିନ୍ନ ପଞ୍ଚାୟତରେ କିପରି ଉନ୍ନତମୂଳକ କାର୍ଯ୍ୟ ହେବ, ସେ ବିଷୟରେ ଜାଣିବାପାଇଁ ଚାହିଁଲେ ମଧ୍ୟ ଜାଣିପାରୁ ନାହାଁନ୍ତି। ସେହିପରି ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ପାଇଁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ […] The post କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ appeared first on Dharitri Odia News.

କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କେନ୍ଦୁଝର,୧୧।୧୧(ନରେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ସଦର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୧୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ସରପଞ୍ଚ ଲିଖିତ ଭାବେ ଅନସ୍ଥା ଆଣି ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଦୀର୍ଘ ଅଢେଇ ବର୍ଷ ଅତିକ୍ରାନ୍ତ କରିଥିବା ସତ୍ତ୍ୱେ ବିଭିନ୍ନ ପଞ୍ଚାୟତରେ କିପରି ଉନ୍ନତମୂଳକ କାର୍ଯ୍ୟ ହେବ, ସେ ବିଷୟରେ ଜାଣିବାପାଇଁ ଚାହିଁଲେ ମଧ୍ୟ ଜାଣିପାରୁ ନାହାଁନ୍ତି। ସେହିପରି ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ପାଇଁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଠିକ୍‌ ସମୟରେ ପଞ୍ଚାୟତ ସମିତିର ବୈଠକ ମଧ୍ୟ ଆୟୋଜନ ହୋଇପାରୁନାହିଁ। ଏପରିକି ସଭ୍ୟ/ସଭ୍ୟାମାନଙ୍କ ସହ ଆଲୋଚନା ନ କରି ଠିକାଦାରମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ମନଇଛା କାମ ବଣ୍ଟା ଯାଉଥିବା ଅଭିଯୋଗ କରିଛନ୍ତି। ସେ ବିଷୟରେ ଅଧ୍ୟକ୍ଷାଙ୍କୁ ପଚାରିଲେ ସେ ଓଲଟା ଧମକ ଦେଉଛନ୍ତି। ଏଣୁ ଏହାର ସୁବିଚାର କରି ଉଚିତ ପଦକ୍ଷେପ ନେବେ ବୋଲି ସେମାନେ କହିଛନ୍ତି। ଏ ନେଇ ଉପଜିଲାପାଳ କହିଛନ୍ତି ଯେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

The post କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ appeared first on Dharitri Odia News.