ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କେବଳ ଆମେଠିରେ ଲୋକ ସଭା ଆସନରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ଫ୍ଲପ ଶୋ ଭାବରେ ବର୍ଣ୍ଣନା କରି ସେ ଦାବି କରିଛନ୍ତି ଯେ, ଆଜି ମଧ୍ୟ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଭାଗ ନେଇ ନାହାଁନ୍ତି। ନିର୍ବାଚନ ମଣ୍ଡଳୀ ଆମେଠିଙ୍କୁ ଚାରି […] The post ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କେବଳ ଆମେଠିରେ ଲୋକ ସଭା ଆସନରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ଫ୍ଲପ ଶୋ ଭାବରେ ବର୍ଣ୍ଣନା କରି ସେ ଦାବି କରିଛନ୍ତି ଯେ, ଆଜି ମଧ୍ୟ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଭାଗ ନେଇ ନାହାଁନ୍ତି।
ନିର୍ବାଚନ ମଣ୍ଡଳୀ ଆମେଠିଙ୍କୁ ଚାରି ଦିନିଆ ଗସ୍ତରେ ଆସିଥିବା ଇରାନୀ ଖବରଦାତାଙ୍କ ସହ କଥାବାର୍ତ୍ତା ବେଳେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୦୧୯ରେ ରାହୁଲ ଆମେଠି ଛାଡି ଦେଇଥିଲେ, ଆଜି ଅମେଠି ତାଙ୍କୁ ଛାଡି ଦେଇଛି। ଯଦି ତାଙ୍କର ଆତ୍ମବିଶ୍ବାସ ଦୃଢ ଅଛି, ତା’ହେଲେ ଓ୍ବାଇନାଡ ନ ଯାଇ ଆମେଠିରୁ ଲନ୍ତୁ। ରାହୁଲଙ୍କୁ ନେଇ ଆମେଠିବାସୀ କ’ଣ ଭାବୁଛନ୍ତି, ତାହା ଜଣାପଡିସାରିଛି।
The post ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ appeared first on Dharitri Odia News.