ରାୟଗଡ଼ାରେ ଚାଞ୍ଚଲ୍ୟ, ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ

ରାୟଗଡ଼ା ୧୯।୪: ରାୟଗଡ଼ା ଜିଲ୍ଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଏହା ଜଣାପଡିବା ପରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡ଼ା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି । ଦୀର୍ଘ ସମୟ ଧରି ଉକ୍ତ ନାବାଳିକାଙ୍କୁ ସମସ୍ତ ବିଷୟରେ ପଚରାଉଚରା କରିଥିଲା ଶିଶୁ କଲ୍ୟାଣ କମିଟି । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାୟଗଡା ସଦର ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକ କଲ୍ୟାଣସିଂହପୁରରେ ରହିଥିବା ଏକ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକଙ୍କ ପ୍ରେମ ସଂପର୍କ ରହିବା ପରେ ଶାରୀରିକ ସଂପର୍କ ଗଢ଼ି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାଙ୍କ ପରିବାର ଲୋକେ ଝିଅକୁ ନାବାଳକ ଘର ଦୁଆରେ ଛାଡି ଦେଇଥିଲେ । ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରିଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି ।You Can Read:ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ୬ ହଜାର, ଅତିରିକ୍ତ ତହସିଲଦାରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ାରେ ଚାଞ୍ଚଲ୍ୟ, ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଏହା ଜଣାପଡିବା ପରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡ଼ା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି । ଦୀର୍ଘ ସମୟ ଧରି ଉକ୍ତ ନାବାଳିକାଙ୍କୁ ସମସ୍ତ ବିଷୟରେ ପଚରାଉଚରା କରିଥିଲା ଶିଶୁ କଲ୍ୟାଣ କମିଟି । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ରାୟଗଡା ସଦର ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକ କଲ୍ୟାଣସିଂହପୁରରେ ରହିଥିବା ଏକ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକଙ୍କ ପ୍ରେମ ସଂପର୍କ ରହିବା ପରେ ଶାରୀରିକ ସଂପର୍କ ଗଢ଼ି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାଙ୍କ ପରିବାର ଲୋକେ ଝିଅକୁ ନାବାଳକ ଘର ଦୁଆରେ ଛାଡି ଦେଇଥିଲେ । ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରିଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି ।

You Can Read:

ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ୬ ହଜାର, ଅତିରିକ୍ତ ତହସିଲଦାରଙ୍କୁ ମାଡ଼ିବସିଲା ଭିଜିଲାନ୍ସ