ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ ଖୋଜା ଆରମ୍ଭ ହୋଇଛି। ତେବେ ଡିପ୍‌ଥେରିଆ ରୋଗରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା, ସେଥିରୁ ରୋଗୀଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ଯାଞ୍ଚ ଜାରି ରହିଛି। ଆଗକୁ ବର୍ଷାଋତୁ […] The post ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ appeared first on Dharitri Odia News.

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ ଖୋଜା ଆରମ୍ଭ ହୋଇଛି। ତେବେ ଡିପ୍‌ଥେରିଆ ରୋଗରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା, ସେଥିରୁ ରୋଗୀଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ଯାଞ୍ଚ ଜାରି ରହିଛି। ଆଗକୁ ବର୍ଷାଋତୁ ଆସୁଥିବାରୁ ଏହା ପୂର୍ବରୁ ସମସ୍ତ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା ଠିକ କରିବା ସହ ଉପାନ୍ତ ଅଞ୍ଚଳର ରାସ୍ତା ମରାମତି ଲାଗି ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଜଣା ରୋଗର କାରଣ ଖୋଜିବା ଲାଗି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛି। ସେମାନଙ୍କ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଟିମ୍‌ ମଧ୍ୟ ଉପାନ୍ତ ଅଞ୍ଚଳ ମନୁଷପଦର ଗସ୍ତ କରିଛି। ଡାକ୍ତରୀ ଟିମ୍‌ ଗାଁରେ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। ଅନ୍ୟପକ୍ଷରେ ମନୁଷପଦରରେ ଯେଉଁ ୪ଜଣଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ମୃତଦେହକୁ ଆଦିବାସୀ ପରମ୍ପରା ଅନୁଯାୟୀ ମାଟି ତଳେ ପୋତି ଦିଆଯାଇଛି। ଏହି ମୃତକମାନଙ୍କୁ ଡିପ୍‌ଥେରିଆ ହୋଇଥିଲା ବୋଲି ସନ୍ଦେହ କରାଯାଉଛି।
ସେପଟେ ଡିପ୍‌ଥେରିଆ ରୋଗର ଚିକିତ୍ସା ପାଇଁ ରବିବାର ୬୦ ଆଣ୍ଟିଟକ୍ସିନ ଇଞ୍ଜେକ୍ସନ ପହଞ୍ଚତ୍ଛି। ୩୦ଟି ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗରେ ଗଚ୍ଛିତ ରଖାଯାଇଥିବାବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ରୋଗୀ ଚିକିତ୍ସାଧୀନ ଥିବାରୁ ସେଠାକୁ ୩୦ଟି ଇଞ୍ଜେକ୍ସନ ପଠାଯାଇଥିବା ସୂଚନା ମିଳିଛି। ରାୟଗଡ଼ା ମେଡିକାଲ ଏବଂ ଅନ୍ୟତ୍ର ଚିକିତ୍ସାଧୀନ ଥିବା ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ହରି ମାଝି (୬୧), ବିଜୟ ମାଝି (୩) ଓ ମୋହନ ମାଝି (୫) ଚିକିତ୍ସିତ ହେଉଛନ୍ତି। ସେହିପରି ମହେନ୍ଦ୍ର ମାଝି (୫), ପବିତ୍ର ମାଝି (୮) ଓ ଜୟରାମ ମାଝି(୫)ଙ୍କର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସା ଚାଲିଛି। ଏହାବ୍ୟତୀତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ଜଣ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସିଡିଏମଓ ଡା. ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ପ୍ରଦାନ କରାଯାଇଛି। ଏହାସହିତ ମୁନୁଷପଦର ଗ୍ରାମ ସମେତ କାଶୀପୁର ବ୍ଲକର ସମସ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ କ୍ୟାମ୍ପ କରାଯାଉଛି। ସୋମବାରଠାରୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ କରାଯିବ ବୋଲି ଡା ରାଉତରାୟ କହିଛନ୍ତି।

The post ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ appeared first on Dharitri Odia News.