ରାୟଗଡ଼ାରୁ ୨ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ରାୟଗଡ଼ା : ୨ଟି ବାଘ ଛାଲ ଡିଲ୍ ପାଇଁ ରାୟଗଡ଼ାର ଏକ ଲଜ୍ରେ ଅପେକ୍ଷା କରି ରହିଥିଲେ ଦଲାଲ। ହେଲେ ମାଡି ବସିଲା କଟକର ଓଡିଶା ଭିଜିଲାନ୍ସ ଟିମ ଓ ରାୟଗଡ଼ା ବନ ବିଭାଗର ଟିମ୍ । ବିଶେଷ ସୂତ୍ରରୁ ଖବର ପାଇ କଟକ ବନ ବିଭାଗ( ଡିସିଏଫ ) ଭିଜିଲାନ୍ସ ଅଧିକାରୀ ରଜନୀ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ଏବଂ ରାୟଗଡା ଡିଭିଜନ ରାୟଗଡ଼ା ସେକ୍ସନ ୬ ଜଣିଆ ଟିମ ମିଳିତ ଭାବେ […]

ରାୟଗଡ଼ା : ୨ଟି ବାଘ ଛାଲ ଡିଲ୍ ପାଇଁ ରାୟଗଡ଼ାର ଏକ ଲଜ୍ରେ ଅପେକ୍ଷା କରି ରହିଥିଲେ ଦଲାଲ। ହେଲେ ମାଡି ବସିଲା କଟକର ଓଡିଶା ଭିଜିଲାନ୍ସ ଟିମ ଓ ରାୟଗଡ଼ା ବନ ବିଭାଗର ଟିମ୍ । ବିଶେଷ ସୂତ୍ରରୁ ଖବର ପାଇ କଟକ ବନ ବିଭାଗ( ଡିସିଏଫ ) ଭିଜିଲାନ୍ସ ଅଧିକାରୀ ରଜନୀ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ଏବଂ ରାୟଗଡା ଡିଭିଜନ ରାୟଗଡ଼ା ସେକ୍ସନ ୬ ଜଣିଆ ଟିମ ମିଳିତ ଭାବେ ୩୨୬ନମ୍ବର ଜାତୀୟ ରାଜପଥ ରାୟଗଡ଼ା ସହରର ସତ୍ୟମ ସୁନ୍ଦରମ ଲଡ୍ଜ ଠାରେ ଚଢ଼ାଉ କରି ଏହି ୨ଟି ବାଘ ଛାଲ ଜବତ କରିଥିଲେ ।
ଘଟଣାରେ ସଂପୃକ୍ତ ରେଡି କୈାଶଲ୍ୟା ନାମକ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ଅଭିଯୁକ୍ତର ଘର ଅଭିଯୁକ୍ତର ଘର ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅଧିନସ୍ଥ ଜିମିଡ଼ିପେଟା ନିକଟସ୍ଥ ପ୍ରେମନଗରରେ ବୋଲି ଜଣାପଡିଛି ଜ୍ଝ ଜବତ ବାଘ ଛାଲ ଦୁଇଟି କଲରାପତରିଆ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଟିମ୍ ଜାଣିବାକୁ ପାଇଥିବା ବେଳେ ତାହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ପ୍ରକାରେ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଆଜି ରାୟଗଡ଼ାରେ ପଂହଚି ରାୟଗଡ଼ା ଡିଭିଜନର ରାୟଗଡା ସେକ୍ସନ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରି ମିଳିତ ଭାବେ ଚଢାଉ କରି ଘଟଣାସ୍ଥଳରୁ ଅଭିଯୁକ୍ତକୁ ବାଘ ଛାଲ ସହ ଧରିଥିଲେ । ତେବେ ଜବତ ବାଘ ଛାଲ ଦୁଇଟିକୁ କେଉଁ ଅଜଣା ବ୍ୟକ୍ତିମାନେ ତା ହାତରେ ଦେଇ କେଉଁଆଡେ ଚାଲି ଯାଇଥିବା ନେଇ ଅଭିଯୁକ୍ତ ରେଡି କୈାଶଲ୍ୟା ଟିମ୍ ଆଗରେ ପ୍ରକାଶ କରିଥିବା ବେଳେ ଏହି ଘଟଣାରେ ଆଉ କିଏ ସାମିଲ ଥିବା ଏବଂ ଏହା କେଉଁ ଠାକୁ ଚୋରା ଚାଲାଣ ହେବାକୁ ଥିଲା ତାହା ତଦନ୍ତ ଜାରି ରହିଥିବାରୁ ଜଣାପଡିନାହିଁ ।