ରି-ରିଲିଜ୍ ହେବ ଭାଇଜାନଙ୍କ ଫିଲ୍ମ ‘ତେରେ ନାମ୍’, ଫ୍ୟାନ୍ସ କହିଲେ-ଏଥର ହାଉସ୍‌ଫୁଲ...

ମୁମ୍ଵାଇ ୧୮।୦୨; କିଛି ଦିନ ହେବ ବଲିଉଡ୍‌ରେ ରି-ରିଲିଜ୍ ଟ୍ରେଣ୍ଡ ଚାଲିଛି। ୨୦୨୪ ମସିହାରେ ବୀର ଜରା, ୟେ ଜୱାନୀ ହେ ଦିୱାନୀ , ତୁମ୍ବାଡ,ସନମ ତେରୀ କସମ ଭଳି ଫିଲ୍ମ ପୁଣି ହଲରେ ରିଲିଜ ହୋଇସାରିଛି। କେତେକ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହୋଇଥିବା ବେଳେ ଆଉ କେତେକ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ଯେମିତିକି 'ସନମ ତେରୀ କସମ' ଫିଲ୍ମ ୨୦୧୬ରେ ଫ୍ଲପ୍‌ ହୋଇଥିବା ବେଳେ ୨୦୨୫ରେ ରିରିଲିଜ ହୋଇଥିଲା। ଫିଲ୍ମ ୩୪.୨୯କୋଟି ଟଙ୍କା ରୋଜଗାର କଲା।ଏହି ଫିଲ୍ମର ସଫଳତା ଅନେକ ଫିଲ୍ମ ନିର୍ମାତାଙ୍କୁ ଉତ୍ସାହିତ କରିଛି । କିନ୍ତୁ ବର୍ତ୍ତମାନ, ଏପରି ଏକ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ଯାହାର ରି-ରିଜିଜ୍ କଥା ଉଠିଛି। କିନ୍ତୁ ଏହି ଆଲୋଚନା ରିଲିଜ୍ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଲୋକମାନେ ସୋସିଆଲ ମିଡିଆରେ ଏହା ବିଷୟରେ କହୁଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ କେବଳ ଗୋଟିଏ ପୋଷ୍ଟର ସେୟାର କରୁଛନ୍ତି ଏବଂ କହୁଛନ୍ତି, ଦୟାକରି ଏହି ଫିଲ୍ମକୁ ରିଲିଜ୍ କରିକି ଦେଖନ୍ତୁ। ବକ୍ସ ଅଫିସ୍‌ରେ ନିଆଁ ଲାଗିବ।ଏହି ଫିଲ୍ମଟି ହେଉଛି 'ତେରେ ନାମ' ଯାହା ୨୦୦୩ ମସିହାରେ ରିଲିଜ୍‌ ହୋଇଥିଲା।  ସେତେବେଳେ ଏହି ଟ୍ରାଜିକ୍ ଲଭ ଷ୍ଟୋରୀକୁ ଖୁବ୍ ପସନ୍ଦ କରାଯାଇଥିଲା। ତାଙ୍କ ଲୁକ୍ ଏବଂ ତାଙ୍କର ଯନ୍ତ୍ରଣାଦାୟକ ପ୍ରେମ କାହାଣୀ ହୃଦୟକୁ ଛୁଇଁଥିଲା। ଏହି ଫିଲ୍ମ ଦୀର୍ଘ ୨୨ ବର୍ଷ ତଳେ ୨୪.୫୪ କୋଟି ଟଙ୍କା ରୋଜଗା

ରି-ରିଲିଜ୍ ହେବ ଭାଇଜାନଙ୍କ ଫିଲ୍ମ ‘ତେରେ ନାମ୍’, ଫ୍ୟାନ୍ସ କହିଲେ-ଏଥର ହାଉସ୍‌ଫୁଲ...

ମୁମ୍ଵାଇ ୧୮।୦୨; କିଛି ଦିନ ହେବ ବଲିଉଡ୍‌ରେ ରି-ରିଲିଜ୍ ଟ୍ରେଣ୍ଡ ଚାଲିଛି। ୨୦୨୪ ମସିହାରେ ବୀର ଜରା, ୟେ ଜୱାନୀ ହେ ଦିୱାନୀ , ତୁମ୍ବାଡ,ସନମ ତେରୀ କସମ ଭଳି ଫିଲ୍ମ ପୁଣି ହଲରେ ରିଲିଜ ହୋଇସାରିଛି। କେତେକ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହୋଇଥିବା ବେଳେ ଆଉ କେତେକ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ଯେମିତିକି 'ସନମ ତେରୀ କସମ' ଫିଲ୍ମ ୨୦୧୬ରେ ଫ୍ଲପ୍‌ ହୋଇଥିବା ବେଳେ ୨୦୨୫ରେ ରିରିଲିଜ ହୋଇଥିଲା। ଫିଲ୍ମ ୩୪.୨୯କୋଟି ଟଙ୍କା ରୋଜଗାର କଲା।

ଏହି ଫିଲ୍ମର ସଫଳତା ଅନେକ ଫିଲ୍ମ ନିର୍ମାତାଙ୍କୁ ଉତ୍ସାହିତ କରିଛି । କିନ୍ତୁ ବର୍ତ୍ତମାନ, ଏପରି ଏକ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ଯାହାର ରି-ରିଜିଜ୍ କଥା ଉଠିଛି। କିନ୍ତୁ ଏହି ଆଲୋଚନା ରିଲିଜ୍ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଲୋକମାନେ ସୋସିଆଲ ମିଡିଆରେ ଏହା ବିଷୟରେ କହୁଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ କେବଳ ଗୋଟିଏ ପୋଷ୍ଟର ସେୟାର କରୁଛନ୍ତି ଏବଂ କହୁଛନ୍ତି, ଦୟାକରି ଏହି ଫିଲ୍ମକୁ ରିଲିଜ୍ କରିକି ଦେଖନ୍ତୁ। ବକ୍ସ ଅଫିସ୍‌ରେ ନିଆଁ ଲାଗିବ।

ଏହି ଫିଲ୍ମଟି ହେଉଛି 'ତେରେ ନାମ' ଯାହା ୨୦୦୩ ମସିହାରେ ରିଲିଜ୍‌ ହୋଇଥିଲା।  ସେତେବେଳେ ଏହି ଟ୍ରାଜିକ୍ ଲଭ ଷ୍ଟୋରୀକୁ ଖୁବ୍ ପସନ୍ଦ କରାଯାଇଥିଲା। ତାଙ୍କ ଲୁକ୍ ଏବଂ ତାଙ୍କର ଯନ୍ତ୍ରଣାଦାୟକ ପ୍ରେମ କାହାଣୀ ହୃଦୟକୁ ଛୁଇଁଥିଲା। ଏହି ଫିଲ୍ମ ଦୀର୍ଘ ୨୨ ବର୍ଷ ତଳେ ୨୪.୫୪ କୋଟି ଟଙ୍କା ରୋଜଗାର କରିଥିଲା। ସେତେବେଳେ ଏହାର ମୋଟ୍ ବଜେଟ୍ ୧୦ କୋଟି ଥିଲା। ବର୍ତ୍ତମାନ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଏହି ଫିଲ୍ମ୍‌ଟିକୁ ରି-ରିଲିଜ୍ କରାଯାଉ।