ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧ ରନ୍ କରିଥିଲା। ପ୍ରଥମ ଇନିଂସ୍ ଆଧାରରେ ଟିମ୍ ଇଣ୍ଡିଆ ୪ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଏଭଳି ସ୍ଥିତିରେ ଭାରତୀୟ ଦଳର ମୋଟ ଅଗ୍ରଣୀ ୧୪୫ ରନ୍ ହୋଇଛି। ପ୍ରଥମେ ବ୍ୟାଟିଂ କରି ଟସ୍ ଜିତି ଭାରତ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ପ୍ରଥମ […] The post ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ  appeared first on Dharitri Odia News.

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧ ରନ୍ କରିଥିଲା। ପ୍ରଥମ ଇନିଂସ୍ ଆଧାରରେ ଟିମ୍ ଇଣ୍ଡିଆ ୪ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଏଭଳି ସ୍ଥିତିରେ ଭାରତୀୟ ଦଳର ମୋଟ ଅଗ୍ରଣୀ ୧୪୫ ରନ୍ ହୋଇଛି। ପ୍ରଥମେ ବ୍ୟାଟିଂ କରି ଟସ୍ ଜିତି ଭାରତ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ୧୮୧ ରନ୍ରେ ଶେଷ ହୋଇଥିଲା।

 

ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୮ ରନ୍ କରି ଅପରାଜିତ ଥିବା ବେଳେ ୱାଶିଂଟନ ସୁନ୍ଦର ୬ ରନ୍ କରି ଅପରାଜିତ ଅଛନ୍ତି। ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ପ୍ରଥମ ଉଇକେଟ୍ ପାଇଁ ୪୨ ରନ୍ ଯୋଡ଼ିଥିଲେ। ରାହୁଲ ୧୩ ଓ ଯଶସ୍ୱୀ ୨୨ ରନ୍ କରିଥିଲେ। ଶୁବମନ ଗିଲ୍ ୧୩ ରନ୍ କରି ୱେବଷ୍ଟାରର ଶିକାର ହୋଇଥିଲେ। ଅଫ୍ ଷ୍ଟମ୍ପ୍ ବାହାରେ ବଲ୍ ସ୍ପର୍ଶ କରିବାକୁ ଚେଷ୍ଟା କରି ବିରାଟ କୋହଲି ପୁଣି ଥରେ ସ୍ଲିପ୍ ରେ ଫସି ଯାଇଥିଲେ। ସେ ୬ ରନ୍ କରିପାରିଥିଲେ। ବୋଲାଣ୍ଡ ପୁଣି ଥରେ କୋହଲିଙ୍କୁ ଶିକାର କରିଥିଲେ। ପନ୍ତ ୩୩ ବଲ୍ ରେ ୬ ଚୌକା ଓ ୪ ଛକା ସାହାଯ୍ୟରେ ୬୧ ରନ୍ ର ସାହସିକ ଇନିଂସ୍ ଖେଳିଥିଲେ। ଅନ୍ୟପକ୍ଷରେ ନୀତୀଶ ରେଡ୍ଡୀ କ୍ରମାଗତ ତୃତୀୟ ଇନିଂସରେ ବିଫଳ ହୋଇଥିଲେ। ସେ ୪ ରନ୍ କରିପାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ଏପର୍ଯ୍ୟନ୍ତ ୪ଟି ଉଇକେଟ୍ ନେଇଛନ୍ତି।

The post ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ  appeared first on Dharitri Odia News.