ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଜିଲା ତଥା ସ୍କୁଲ ପାଇଁ ଗୌରବ ଆଣିଛନ୍ତି। କେରଳର ଥିରୁଅନନ୍ତପୁରମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଓ ଉଚ୍ଚଡିଆଁରେ ରୌପ୍ୟ ପଦକ ପାଇଥିଲେ। ଏହାସହ ତାଙ୍କୁ ୩୩ ହଜାର ଟଙ୍କା ଦିଆଯାଇ ପୁରସ୍କୃତ […] The post ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ appeared first on Dharitri Odia News.

ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଜିଲା ତଥା ସ୍କୁଲ ପାଇଁ ଗୌରବ ଆଣିଛନ୍ତି।

କେରଳର ଥିରୁଅନନ୍ତପୁରମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଓ ଉଚ୍ଚଡିଆଁରେ ରୌପ୍ୟ ପଦକ ପାଇଥିଲେ। ଏହାସହ ତାଙ୍କୁ ୩୩ ହଜାର ଟଙ୍କା ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି ସଫଳତା ପରେ ଆସନ୍ତା ଡିସେମ୍ବର ୨ରୁ ୫ ରାଞ୍ଚିରେ (୧୪ବର୍ଷରୁ କମ୍‌ ବର୍ଗ) ହେବାକୁ ଥିବା ସ୍କୁଲ ଗେମ୍ସ ଫେଡେରେଶନ ଅଫ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଟୁର୍ନାମେଣ୍ଟ ପାଇଁ ମୁକେଶ ଚୟନ ହୋଇଛନ୍ତି।

କ୍ରୀଡ଼ା ଶିକ୍ଷକ ସୌରଭ ସାର୍କିଙ୍କ ମାର୍ଗଦର୍ଶନରେ ମୁକେଶ ଜାତୀୟ ସ୍ତରୀୟ ସଫଳତା ପାଇଛନ୍ତି। ସ୍ଥାନୀୟ ସ୍କୁଲ ଅଧ୍ୟକ୍ଷ ଭୀମସେନ ପଣ୍ଡା ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି। ଏହି ସଫଳତା ପରେ ସ୍କୁଲରେ ମୁକେଶଙ୍କୁ ସମ୍ମାନିତ କରାଯାଇଛି।

The post ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ appeared first on Dharitri Odia News.