Subhadra Yojana: ଏମାନଙ୍କୁ ମିଳିବ ୧୦ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ…
ଭୁବନେଶ୍ୱର,୮।୩: ମହିଳା ଦିବସ ଅବସରରେ ରାଜ୍ୟ ସରକାର ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇବେ। ଆଉ କିଛି ସମୟର ଅପେକ୍ଷା, ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ଆଜି ଦ୍ୱିତୀୟ କିସ୍ତିରେ ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ। Subhadra Yojana Money: ସୁଭଦ୍ରା ଯୋଜନା ଟଙ୍କା ଆସିବା ନେଇ କିଛି ମହିଳା ଉତ୍ସାହିତ ଅଛନ୍ତି । କିନ୍ତୁ ଆଉ କିଛି ହିତାଧିକାରୀଙ୍କ ଭିତରେ ଅଧିକ ଉତ୍କଣ୍ଠା ଦେଖାଯାଇଛି । କାରଣ କିଛି ଜଣଙ୍କୁ […] The post Subhadra Yojana: ଏମାନଙ୍କୁ ମିଳିବ ୧୦ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ… appeared first on Dharitri Odia News.
ଭୁବନେଶ୍ୱର,୮।୩: ମହିଳା ଦିବସ ଅବସରରେ ରାଜ୍ୟ ସରକାର ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇବେ। ଆଉ କିଛି ସମୟର ଅପେକ୍ଷା, ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ଆଜି ଦ୍ୱିତୀୟ କିସ୍ତିରେ ହିତାଧିକାରୀଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ।
Subhadra Yojana Money: ସୁଭଦ୍ରା ଯୋଜନା ଟଙ୍କା ଆସିବା ନେଇ କିଛି ମହିଳା ଉତ୍ସାହିତ ଅଛନ୍ତି । କିନ୍ତୁ ଆଉ କିଛି ହିତାଧିକାରୀଙ୍କ ଭିତରେ ଅଧିକ ଉତ୍କଣ୍ଠା ଦେଖାଯାଇଛି । କାରଣ କିଛି ଜଣଙ୍କୁ ଆଜି ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଦ୍ୱିତୀୟ କିସ୍ତିରେ ଏହି ଟଙ୍କା ମିଳିବାକୁ ଯାଉଛି ।
l
Subhadra Yojana: ଜାନୁୟାରୀ ଶେଷ ସୁଦ୍ଧା ୧ କୋଟି ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ । କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି କିଛି ମହିଳାଙ୍କୁ ୧୦ ହଜାର ଟଙ୍କା ମିଳିବ ।
Subhadra Yojana: ସୁଭଦ୍ରା ଯୋଜନାରେ ଅନେକ ମହିଳା ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କୁ ଏଯାବତ ଟଙ୍କା ମିଳିନାହିଁ । ପଞ୍ଚମ ପର୍ଯ୍ୟାୟରେ ଏହି ଟଙ୍କା ମିଳିପାରେ ବୋଲି ସେମାନେ ଆଶା ରଖିଥିଲେ । ଯଦି କୌଣସି ତ୍ରୁଟି କାରଣରୁ ମଧ୍ୟ ଏହି ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ନ ମିଳିଛି ତେବେ ଦ୍ୱିତୀୟ କିସ୍ତିରେ ଏକାଥରେ ୧୦ହଜାର ଟଙ୍କା ମିଳିବ ।
ଆହୁରି ମଧ୍ୟ ଯେଉଁମାନେ ସୁଭଦ୍ରାରେ ଆବେଦନ କରିନାହାଁନ୍ତି ସେମାନେ ମାର୍ଚ୍ଚ ପରେ ଆବେଦନ କଲେ ସେମାନଙ୍କୁ ୧୦ ହଜାର ଟଙ୍କା ମିଳିବ ।
Subhadra Yojana: ସେହିପରି ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିବ ସୁଭଦ୍ରାର ୩ଟି କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜିକରଣ ବୋଲି ସରକାରଙ୍କ ତରଫରୁ ସୂଚନା ମିଳିସାରିଛି ।
The post Subhadra Yojana: ଏମାନଙ୍କୁ ମିଳିବ ୧୦ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ… appeared first on Dharitri Odia News.