ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…
ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି: ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା ଗୁଣ ଖୋଜିଥାନ୍ତି। ସାଥୀ ସରଳ ପ୍ରକୃତିର ହୁଅନ୍ତୁ ଏବଂ ତାଙ୍କଠାରେ ଦୟା ଭାବ ଥାଉ ବୋଲି ମହିଳା ଚାହାନ୍ତି। ବୁଦ୍ଧି: ମହିଳାମାନେ ପୁରୁଷଙ୍କଠାରେ ଖୋଜୁଥିବା ଅନ୍ୟ ଜିନିଷ ହେଉଛି ବୁଦ୍ଧି। ବୁଦ୍ଧିମାନର ଅର୍ଥ କେବଳ […] The post ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା… appeared first on Dharitri Odia News.
ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି:
ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା ଗୁଣ ଖୋଜିଥାନ୍ତି। ସାଥୀ ସରଳ ପ୍ରକୃତିର ହୁଅନ୍ତୁ ଏବଂ ତାଙ୍କଠାରେ ଦୟା ଭାବ ଥାଉ ବୋଲି ମହିଳା ଚାହାନ୍ତି।
ବୁଦ୍ଧି: ମହିଳାମାନେ ପୁରୁଷଙ୍କଠାରେ ଖୋଜୁଥିବା ଅନ୍ୟ ଜିନିଷ ହେଉଛି ବୁଦ୍ଧି। ବୁଦ୍ଧିମାନର ଅର୍ଥ କେବଳ ଶିକ୍ଷା ଅଥବା ଡିଗ୍ରୀ ଥିବା ନୁହେଁ। ଅନେକ ପୁରୁଷ ଭଲ ଡିଗ୍ରୀ ବିନା ବୁଦ୍ଧିମାନ ହୋଇଥାନ୍ତି। ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି।
ଉଦାରତା: ଉଦାରତା ହେଉଛି ଅନ୍ୟ ଏକ ଗୁଣ ଯାହା ବହୁତ କମ୍ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଯେଉଁ ପୁରୁଷଙ୍କର ଉଦାର ଭାବନା ଥାଏ ସେମାନଙ୍କୁ ମହିଳାମାନେ ଶୀଘ୍ର ପସନ୍ଦ କରନ୍ତି। ସହଜରେ ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।
ଆତ୍ମବିଶ୍ୱାସ- ଆତ୍ମବିଶ୍ୱାସ ହେଉଛି ଏକ ଗୁଣ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ମହିଳାମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ପୁରୁଷମାନଙ୍କୁ ପସନ୍ଦ କରନ୍ତି।
ବାସ୍ତବବାଦୀ: କୃତ୍ରିମତା ବା ଛଳନା ନ ଥିବା ପୁରୁଷଙ୍କୁ ଅଧିକାଂଶ ମହିଳା ପସନ୍ଦ କରନ୍ତି।
The post ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା… appeared first on Dharitri Odia News.