ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍ ପାଇଁ ଆର୍ସିବିରେ ନାହାନ୍ତି ଚହଲ…
ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍ର ପୂର୍ବ କ୍ରିକେଟ ନିର୍ଦ୍ଦେଶକ ମାଇକ ହେସନ। ଗତଥର ନିଲାମ ସମୟରେ ଭୁଲ ଆକଳନ ଯୋଗୁ ଏହି ଲେଗ୍ ସ୍ପିନରଙ୍କୁ ଦଳ କିଣିବାରେ ବିଫଳ ହୋଇଥିଲା। ହେଲେ ଚହଲ ଆଇପିଏଲ୍ରେ ୨୦୦ ଉଇକେଟ ନେଇଥିବା ପ୍ରଥମ ବୋଲର୍ ହୋଇ ଇତିହାସ ରଚିଛନ୍ତି। ଜିଓ ସିନେମାକୁ ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ୍ ରବିନ ଉତ୍ଥପ୍ପାଙ୍କୁ ସାକ୍ଷାତକାର ଦେଇ […] The post ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍ ପାଇଁ ଆର୍ସିବିରେ ନାହାନ୍ତି ଚହଲ… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍ର ପୂର୍ବ କ୍ରିକେଟ ନିର୍ଦ୍ଦେଶକ ମାଇକ ହେସନ। ଗତଥର ନିଲାମ ସମୟରେ ଭୁଲ ଆକଳନ ଯୋଗୁ ଏହି ଲେଗ୍ ସ୍ପିନରଙ୍କୁ ଦଳ କିଣିବାରେ ବିଫଳ ହୋଇଥିଲା। ହେଲେ ଚହଲ ଆଇପିଏଲ୍ରେ ୨୦୦ ଉଇକେଟ ନେଇଥିବା ପ୍ରଥମ ବୋଲର୍ ହୋଇ ଇତିହାସ ରଚିଛନ୍ତି।
ଜିଓ ସିନେମାକୁ ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ୍ ରବିନ ଉତ୍ଥପ୍ପାଙ୍କୁ ସାକ୍ଷାତକାର ଦେଇ ହେସନ କହିଛନ୍ତି, ଚହଲ ଏଭଳି ଜଣେ ଖେଳାଳି, ଯାହାକୁ ନେଇ ସେତେଯାଏ ନିରାଶ ରହିବି, ଯେବେଯାଏ ମୋର କ୍ୟାରିୟର ଶେଷ ନ ହୋଇଛି। ହୋଇପାରେ ତା’ ପରେ ମଧ୍ୟ। ସେ ଜଣେ ଉତ୍କୃଷ୍ଟ ବ୍ୟାଟ୍ସମ୍ୟାନ୍। ପ୍ରତି ଆଇପିଏଲ୍ରେ ଆପଣଙ୍କୁ ନିଶ୍ଚିତ କରିବାକୁ ପଡେ ଯେ ଆପଣ କାହାକୁ ରିଟେନ୍ କରିବାକୁ ଚାହାନ୍ତି। ଯଦି ଆପଣ କେବଳ ୩ ଖେଳାଳିଙ୍କୁ ରିଟେନ୍ କରନ୍ତି ତେବେ ଆପଣ ନିଲାମୀରେ ୪ କୋଟି ଅତିରିକ୍ତ ନେଇ ଯାଆନ୍ତି। ଏହାଦ୍ୱାରା ସମ୍ଭବତଃ ହର୍ଷଲ ପଟେଲ ଏବଂ ଚହଲଙ୍କୁ କିଣିବାର ସୁଯୋଗ ମିଳିଥାନ୍ତା। ଚହଲଙ୍କ ନାମ ନିଲାମ ବେଳେ ବିଳମ୍ବରେ ଆସିଥିଲା। ସେବେଯାଏ ଫ୍ରାଞ୍ଚାଇଜ୍ ପ୍ରଥମେ ଶ୍ରୀଲଙ୍କା ସ୍ପିନର ହସରଙ୍ଗାଙ୍କୁ କିଣିସାରିଥିଲେ। ଚହଲଙ୍କ ପରେ ଆଉ କେହି ସ୍ପିନର ନ ଥିଲେ ଯାହାଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲୁ। ହେଲେ ସେ ନ ମିଳିଲେ ଅନ୍ୟ ବିକଳ୍ପ ଭାବେ ହସରଙ୍ଗା ଥିଲେ। ଏଣୁ ତାଙ୍କ ପାଇଁ ନିଲାମ ଡ଼ାକି ଥିଲୁ। ଯେହେତୁ ହସରଙ୍ଗା ମିଳିଯାଇଥିଲେ ତେଣୁ ଚହଲଙ୍କୁ ଦଳ କିଣିପାରି ନ ଥିଲା ବୋଲି ସେ କହିଛନ୍ତି।
ଆଇପିଏଲ୍ରେ ୧୫୩ ମ୍ୟାଚ୍ରେ ୨୧.୬୦%ରେ ୨୦୦ ଉଇକେଟ ନେଇଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୪୦ ରନ୍ ଦେଇ ୫ ଉଇକେଟ ରହିଛି। ସେ ସୋମବାର ଜୟପୁରରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ସମୟରେ ଇତିହାସ ରଚିଛନ୍ତି। ତେବେ ହସନ ୨୦୧୯-୨୦୨୩ ଯାଏ ବାଙ୍ଗାଲୋର ଫ୍ରାଞ୍ଚାଇଜ୍ ପାଇଁ କ୍ରିକେଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।
The post ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍ ପାଇଁ ଆର୍ସିବିରେ ନାହାନ୍ତି ଚହଲ… appeared first on Dharitri Odia News.