ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପନ୍ତ ୨୦୧୫ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ୨୦୧୭ରେ ଭାରତୀୟ ଦଳରେ ଯୋଗ ଦେଇଥିଲେ। ଫେବୃଆରୀ ୨୦୧୭ରେ, ସେ ଅନ୍ତର୍ଜାତୀୟରେ ଡେବ୍ୟୁ କରିଥିଲେ। ସେତେବେଳକୁ ତାଙ୍କ ୧୯ ବର୍ଷ ୧୨୦ ଦିନ ବୟସଙ୍ ହୋଇଥିଲା। ସେ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରୁଥିବା […] The post ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି appeared first on Dharitri Odia News.
ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପନ୍ତ ୨୦୧୫ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ୨୦୧୭ରେ ଭାରତୀୟ ଦଳରେ ଯୋଗ ଦେଇଥିଲେ। ଫେବୃଆରୀ ୨୦୧୭ରେ, ସେ ଅନ୍ତର୍ଜାତୀୟରେ ଡେବ୍ୟୁ କରିଥିଲେ। ସେତେବେଳକୁ ତାଙ୍କ ୧୯ ବର୍ଷ ୧୨୦ ଦିନ ବୟସଙ୍ ହୋଇଥିଲା। ସେ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରୁଥିବା ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ ୨୦୧୮ରେ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ସେହି ବର୍ଷ ଅକ୍ଟୋବରରେ ତାଙ୍କର ଦିନିକିଆ ଡେବ୍ୟୁ କରିଥିଲେ। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୦୦ କୋଟି ଟଙ୍କା।
୨୦୨୨ରେ କାର ଦୁର୍ଘଟଣା ସତ୍ତ୍ୱେ ପନ୍ତଙ୍କୁ ୨୦୨୨-୨୩ ସିଜିନ୍ ପାଇଁ ବିସିସିଆଇ ଦ୍ୱାରା ୫ କୋଟି ଟଙ୍କା ମୂଲ୍ୟର ଏ-ଗ୍ରେଡ କେନ୍ଦ୍ରୀୟ ଚୁକ୍ତିନାମା ଦିଆଯାଇଥିଲା। ଏଥର ତାଙ୍କୁ ବି ଗ୍ରେଡରେ ରଖାଯାଇଥିଲା। ଏହି ଗ୍ରେଡ୍ରେ ଖେଳାଳିମାନେ ୩ କୋଟି ଟଙ୍କା ପାଇଥିଲେ। ଏହା ବ୍ୟତୀତ ସେ ପ୍ରତ୍ୟେକ ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ, ପ୍ରତ୍ୟେକ ଦିନିକିଆ ପାଇଁ ୬ ଲକ୍ଷ ଏବଂ ପ୍ରତ୍ୟେକ ଟି-୨୦ ମ୍ୟାଚ ପାଇଁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତାଙ୍କୁ ୨୦୧୬ରେ ୧.୯ କୋଟି ଟଙ୍କାରେ କିଣିଛି। ତାଙ୍କର ବର୍ତ୍ତମାନର ଆଇପିଏଲ ଦରମା ୧୬ କୋଟି ଟଙ୍କା। ସେ ଗତ କିଛି ବର୍ଷ ମଧ୍ୟରେ ଆଇପିଏଲରୁ ୭୪ କୋଟିରୁ ଅଧିକ ଆୟ କରିଥିଲେ।
ପନ୍ତଙ୍କ ଘର ବହୁତ ବିଳାସପୂର୍ଣ୍ଣ ଅଟେ। ଘରର କୋଠରୀରେ ବହୁତ ସ୍ଥାନ ଅଛି ଏବଂ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। କୋଠରୀଗୁଡ଼ିକର ଡିଜାଇନ ବହୁତ ଆଧୁନିକ ଅଟେ। ତାଙ୍କ ଘରେ ଏକ ଜିମ ମଧ୍ୟ ଅଛି । ଦିଲ୍ଲୀ, ରାଉରକେଲା, ଡେରାଡୁନ ଏବଂ ହରିଦ୍ୱାରରେ ପନ୍ତଙ୍କର ସମ୍ପତ୍ତି ରହିଛି। ତାଙ୍କ ଦିଲ୍ଲୀ ଘରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହୋଇଥିବାବେଳେ ରୁର୍କି ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା।
The post ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି appeared first on Dharitri Odia News.