ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ
ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ନିଆଁକୁ ନିୟନ୍ତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସର୍ଟ ହୋଟେଲରେ ଅଗ୍ନିକାଣ୍ଡ ଘଟି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଥିଲେ। ଗଣମାଧ୍ୟମ […] The post ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ appeared first on Dharitri Odia News.
ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ନିଆଁକୁ ନିୟନ୍ତ୍ରଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସର୍ଟ ହୋଟେଲରେ ଅଗ୍ନିକାଣ୍ଡ ଘଟି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତୁର୍କୀର ଗୃହମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି ଯେ ପର୍ବତ ଶିଖରସ୍ଥିତ କାର୍ଟାଲକାୟା ରିସର୍ଟରେ ଥିବା ୧୨ ମହଲା ବିଶିଷ୍ଟ ଗ୍ରାଣ୍ଡ କାର୍ଟାଲ ହୋଟେଲର ରେଷ୍ଟୁରାଣ୍ଟରେ ସ୍ଥାନୀୟ ସମୟ ସକାଳ ୩:୨୭ରେ ଅଗ୍ନିକାଣ୍ଡ ଘଟିଥିଲା।
କୁହାଯାଉଛି ଯେ ଆତଙ୍କିତ ହୋଇ କୋଠାରୁ ଡେଇଁ ପଡ଼ି ଅତି କମରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛି ଯେ ଅତିଥିମାନେ ଚାଦର ଏବଂ କମ୍ବଳ ବ୍ୟବହାର କରି ସେମାନଙ୍କ କୋଠରୀରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ। ଭାଇରାଲ ଫୁଟେଜରେ ହୋଟେଲର ଛାତ ଏବଂ ଉପର ମହଲାରେ ନିଆଁ ଲାଗିଥିବାର ଦେଖାଯାଇଛି, ଯାହା ଫଳରେ ଆକାଶକୁ ଧୂଆଁର କୁଣ୍ଡଳୀ ଉଠୁଛି ଏବଂ ପୃଷ୍ଠଭୂମିରେ ଏକ ବରଫ ଆଚ୍ଛାଦିତ ପର୍ବତ ଦେଖାଯାଉଛି।
ସ୍କୁଲ ଛୁଟି ଯୋଗୁଁ ହୋଟେଲଟି ୮୦-୯୦% ଫୁଲ୍ ଥିଲା, ୨୩୦ରୁ ଅଧିକ ଅତିଥି ଚେକ ଇନ କରିଥିଲେ। ହୋଟେଲର ଜଣେ ସ୍କି ପ୍ରଶିକ୍ଷକ ନେକମି କେପସେଟୁଟାନ ଗଣମାଧ୍ୟମକୁ କହିଛନ୍ତି ଯେ ସେ ପ୍ରାୟ ୨୦ଜଣଙ୍କୁ କୋଠାରୁ ବାହାର କରିବାରେ ସାହାଯ୍ୟ କରିଛନ୍ତି, କିନ୍ତୁ ଧୂଆଁ ଯୋଗୁଁ ପଳାୟନ ରାସ୍ତା ଖୋଜିବା କଷ୍ଟକର ଥିଲା।
The post ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ appeared first on Dharitri Odia News.