୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ ଅଧିବେଶନ ହେବ। ଏହି ଅଧିବେଶନ ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ସଂସଦର ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି। ପାରମ୍ପରିକ ଢଙ୍ଗରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ […] The post ୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ appeared first on Dharitri Odia News.
ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ ଅଧିବେଶନ ହେବ। ଏହି ଅଧିବେଶନ ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ସଂସଦର ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି।
ପାରମ୍ପରିକ ଢଙ୍ଗରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହେବ। ଏହା ବ୍ୟତୀତ ଶୀତକାଳୀନ ଅଧିବେଶନରେ ସଂସଦର ଉଭୟ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ବିଚାର କରାଯାଇପାରେ। ଖବର ଅନୁଯାୟୀ, ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ସରକାର ଆଲୋଚନା ହୋଇପାରେ। ସରକାର ଏବଂ ଲୋକ ସଭା ବାଚସ୍ପତି ମଧ୍ୟ ସଂସଦର ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ କରି ପାରନ୍ତି।
ସଂସଦର ଶୀତକାଳୀନ ଅଧିବେଶନରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଏବଂ ୱାକଫ ଆକ୍ଟରେ ସଂଶୋଧନ ପାଇଁ ଉପସ୍ଥାପିତ ହୋଇଥିବା ବିଲ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିରୋଧୀଙ୍କ ଆକ୍ରମଣାତ୍ମକ ମନୋଭାବକୁ ବିଚାରକୁ ନେଇ ଆଗାମୀ ଶୀତ ଅଧିବେଶନ ଅଶାନ୍ତ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ବର୍ତ୍ତମାନ ଶୀତ ଅଧିବେଶନରେ ବିଲ ପାସ କରିବା ଉପରେ ଗୁରୁତ୍ୱ ଦିଆଯିବ।
The post ୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ appeared first on Dharitri Odia News.